‘ଭାରତ ବିଶ୍ୱର ଦ୍ରୁତ ବିକାଶଶୀଳ ରାଷ୍ଟ୍ରରେ ପରିଣତ ହୋଇଛି’

ଭୁବନେଶ୍ୱର, ୨୫।୪ (ବ୍ୟୁରୋ): ସୂଚନା ପ୍ରଯୁକ୍ତିକୁ ଆଧାର କରି ଭାରତ ବିଶ୍ୱର ଦ୍ରୁତ ବିକାଶଶୀଳ ରାଷ୍ଟ୍ରରେ ପରିଣତ ହୋଇଛି। ଭାରତକୁ ବିଶ୍ୱବ୍ୟାପୀ ଅଧିକ ସମ୍ମାନ ମିଳୁଛି ବୋଲି କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି। ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ପରିସରରେ ଜି-୨୦ ଶିକ୍ଷା ଓ୍ବାର୍କିଂ ଗ୍ରୁପ୍‌ର ତୃତୀୟ ବୈଠକ ପରିପ୍ରେକ୍ଷୀରେ ଚାଲିଥିବା ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ’ର ସୋମବାର ଥିଲା ଦ୍ୱିତୀୟ ଦିବସ। କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ, ଏହି ସମ୍ମିଳନୀରେ ଲଜିଷ୍ଟିକ୍ସ କ୍ଷେତ୍ରରେ ସମନ୍ବୟ, ଉପକୂଳ ଅର୍ଥ ବ୍ୟବସ୍ଥା ଏବଂ ଦୀର୍ଘ ସ୍ଥାୟିତ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଉଛି। ଉପକୂଳ ଅର୍ଥ ବ୍ୟବସ୍ଥାରେ ଦକ୍ଷତା ବିକାଶ ପରିଦୃଶ୍ୟ ପାଇଁ ଏସବୁ ଆଲୋଚନା ଜରୁରୀ। ଆଗାମୀ ଦିନରେ ଲଜିଷ୍ଟିକ୍ସ କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କ ପାଇଁ ଅପାର ସୁଯୋଗ ସୃଷ୍ଟି ହେବ। ସେମି କଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଦ୍ୱାରା ଏହାକୁ ସଶକ୍ତ କରାଗଲେ ନିବେଶ, ଉଦ୍ୟମିତା ଓ ନିଯୁକ୍ତି ପାଇଁ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇପାରିବ। ସୁଯୋଗର ପ୍ରତିନିଧିତ୍ୱ କରିବା ଏବଂ ଆହ୍ବାନର ମୁକାବିଲା କରିବା ଲାଗି ସମଗ୍ର ବିଶ୍ୱ ପାଇଁ ଏହାଏକ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେହିପରି ଦେଶରେ ମୋବାଇଲ ଫୋନ ଉତ୍ପାଦନ ସମ୍ପର୍କରେ ଉଦାହରଣ ଦେଇ କେନ୍ଦ୍ରମନ୍ତ୍ରୀ କହିଲେ, ୨୦୧୪ରେ ଭାରତରେ ବ୍ୟବହୃତ ୮୨% ମୋବାଇଲ ଫୋନ୍‌ ବାହାରୁ ଆମଦାନୀ କରାଯାଉଥିଲା। ମାତ୍ର ୨୦୨୨ରେ ଭାରତରେ ଉପଯୋଗ କରାଯାଉଥିବା ପ୍ରାୟ ୧୦୦% ମୋବାଇଲ ଫୋନ୍‌ ଆମ ଦେଶରେ ହିଁ ନିର୍ମାଣ କରାଯାଉଛି। ୨୦୧୪ରେ ଭାରତର ମୋବାଇଲ ଫୋନ ରପ୍ତାନି ସମ୍ପୂର୍ଣ୍ଣ ଶୂନ୍ୟ ସ୍ତରରେ ଥିବାବେଳେ ଚଳିତବର୍ଷ ୧୧ ବିଲିୟନ ଡଲାର ମୂଲ୍ୟର ଆପଲ୍‌ ଏବଂ ସାମ୍‌ସଙ୍ଗ ଫୋନ ବିଦେଶକୁ ରପ୍ତାନି କରିଛି। ଏବେ ବିଶ୍ୱର ବଡ଼ବଡ଼ ସେମି କଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ, ମୋବାଇଲ ଏବଂ ଅନ୍ୟାନ୍ୟ ଉତ୍ପାଦ ନିର୍ମାତା ଭାରତରେ ସେମାନଙ୍କ ସାମଗ୍ରୀ ତିଆରି ସହ ବିକ୍ରି ଓ ରପ୍ତାନି କରିବା ଲାଗି ଆଗ୍ରହୀ ହେଉଛନ୍ତି। ଦେଶରେ ଲଜିଷ୍ଟିକ୍ସ ଇକୋସିଷ୍ଟମ ଏବେ ଅଧିକ ଦକ୍ଷ ହୋଇପାରିଛି। ଭବିଷ୍ୟତରେ ସ୍କିଲିଂ, ଅପସ୍କିଲିଂ ଓ ରିସ୍କିଲିଂ ବା ନିରନ୍ତର ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରାଯିବ। ତେଣୁ ଦକ୍ଷତା ବିକାଶ ସବୁବେଳେ ଏକ ନିରନ୍ତର ପ୍ରକ୍ରିୟା ହୋଇ ରହିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ସମାରୋହରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସଚିବ ଅତୁଲ କୁମାର ତିୱାରୀ, ସିଆଇଆଇର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଟିଭିଏସ ସପ୍ଲାଇ ଚେନ ସଲ୍ୟୁଶନ୍ସର ଉପସଭାପତି ଆର୍‌. ଦିନେଶ, ଡେଲଏଟ୍‌ର ଭାଗୀଦାର ଏନ୍‌.ଏସ୍‌.ଏନ୍‌. ମୂର୍ତ୍ତି ପ୍ରମୁଖ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri