Categories: ଜାତୀୟ

୫ ହଜାର ବର୍ଷ ଧରି ଧର୍ମନିରପେକ୍ଷ ରାଷ୍ଟ୍ର ରହିଆସିଛି ଭାରତ: ମୋହନ ଭାଗବତ

ନୂଆଦିଲ୍ଲୀ,୧୨।୧୦: ୫ ହଜାର ବର୍ଷ ଧରି ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ରହିଆସିଛି ବୋଲି ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ କହିଛନ୍ତ। ଲୋକମାନଙ୍କୁ ଏକଜୁଟ ରହିବାକୁ ଏବଂ ମାନବ ଆଚରଣର ସର୍ବଶ୍ରେଷ୍ଠ ଉଦାହରଣ ବିଶ୍ୱକୁ ଉପସ୍ଥାପନ କରିବାକୁ ସେ ଆହ୍ବାନ କରିଛନ୍ତି।
ବରିଷ୍ଠ ଆରଏସଏସ କାର୍ଯ୍ୟକର୍ତ୍ତା ଆର ହରିଙ୍କ ଦ୍ୱାରା ଲିଖିତ ‘ପୃଥ୍ବୀ ସୁକ୍ତ – ଆନ୍‌ ଅଡ୍‌ ଟୁ ମଦର ଆର୍ଥ’ ପୁସ୍ତକ ମୁକ୍ତିଲାଭ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭାଗବତ ଲୋକମାନଙ୍କୁ ନିଜ ମାତୃଭୂମି ପ୍ରତି ଭକ୍ତି, ପ୍ରେମ ଏବଂ ଉତ୍ସର୍ଗୀକୃତ କରିବାକୁ ନିବେଦନ କରିଥିଲେ।
ଆମର ୫ ହଜାର ବର୍ଷ ପୁରୁଣା ସଂସ୍କୃତି ଧର୍ମନିରପେକ୍ଷ ଅଟେ। ସମଗ୍ର ବିଶ୍ୱ ଏକ ପରିବାର, ଏହା ଆମର ଭାବନା। ଏହାକୁ ଜାଣ, ଅନୁଭବ କର ଏବଂ ତାପରେ ସେହି ଅନୁସାରେ ଆଚରଣ କର ବୋଲି ଆରଏସଏସ ମୁଖ୍ୟ କହିଛନ୍ତି।

Share