୬୦ କୋଟି କରୋନା ଟିକା ବୁକିଂ କରିଛି ଭାରତ

ନୂଆଦିଲ୍ଲୀ,୨।୧୧: କରୋନା ମହାମାରୀ ଲଢ଼େଇରେ ଭାରତ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଇତିମଧ୍ୟରେ ଭାରତ ସରକାର ୬୦ କୋଟି କରୋନା ଟିକା ବୁକିଂ କରିଛନ୍ତି। ସେହିପରି ଅନ୍ୟ ୧୦୦ କୋଟି ଟିକା ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି। ଆଡଭାନ୍ସ୍‌ ମାର୍କେଟ କମିଟମେଣ୍ଟସ୍‌ ପକ୍ଷରୁ କରାଯାଇଥିବା ବିଶ୍ୱସ୍ତରୀୟ ବିଶ୍ଲେଷଣ ରିପୋର୍ଟରୁ ଏସମ୍ପର୍କରେ ଜଣାପଡ଼ିଛି। ଆମେରିକା ୮୧ କୋଟି ଟିକା ବୁକିଂ କରିଥିବା ଏଥିରେ ଉଲ୍ଲେଖ କରାଯାଇଛି। ଆମେରିକା ପୁଣି ୧୬୦ କୋଟି ଟିକା ସଂଗ୍ରହ ଲକ୍ଷ୍ୟ ରଖିଛି। ଅକ୍ଟୋବର ୮ ସୁଦ୍ଧା ବୟସ୍କ ଏବଂ ମଧ୍ୟ ବୟସ୍କ ବର୍ଗର ଲୋକ ବାସ କରୁଥିବା ଦେଶ ପକ୍ଷରୁ ୩୮୦ କୋଟି ଟିକାର ବୁକିଂ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିପରି ଏସବୁ ଦେଶ ପକ୍ଷରୁ ୫୦୦ କୋଟି ଟିକା ସଂଗ୍ରହ ପାଇଁ ବିଭିନ୍ନ ଔଷଧ କମ୍ପାନୀ ସହିତ ଆଲୋଚନା ଜାରି ରହିଛି। ୟୁରୋପିଆନ୍‌ ରାଷ୍ଟ୍ର ସମୁହ ପକ୍ଷରୁ ୪୦ କୋଟି ଟିକା ବୁକିଂ କରାଯାଇଛି। ଅପରପକ୍ଷରେ ୧୫୬ କୋଟି ୫୦ ଲକ୍ଷ ଟିକା ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share