Categories: ଖେଳ

ଇତିହାସ ରଚିଲା ଭାରତ

ହାଙ୍ଗଝୋ,୪।୧୦: ଚାଇନାର ହାଙ୍ଗଝୋରେ ଖେଳାଯାଉଥିବା ୨୦୨୩ ଏସିଆନ ଗେମ୍ସରେ ଭାରତ ଇତିହାସ ରଚିଛି। ଏସିଆନ ଗେମ୍ସର ୧୧ ତମ ଦିନରେ ଦୁଇଟି ପଦକ ଜିତି ଭାରତ ଏସିଆନ ଗେମ୍ସର ଗୋଟିଏ ସଂସ୍କରଣରେ ସର୍ବାଧିକ ପଦକ ଜିତିବାରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି।

୨୦୨୩ ଏସିଆନ ଗେମ୍ସରେ ଭାରତ ବର୍ତ୍ତମାନ ୭୧ ପଦକ ପାଇଛି। ଏସିଆନ ଗେମ୍ସର ଏକ ସଂସ୍କରଣରେ ଏହା ହେଉଛି ଭାରତର ସର୍ବୋତ୍ତମ ପ୍ରଦର୍ଶନ। ଏହାପୂର୍ବରୁ ଏସିଆନ ଗେମ୍ସର ଏକ ସଂସ୍କରଣରେ ଭାରତ ସର୍ବାଧିକ ୭୦ ପଦକ ଜିତିଥିଲା। ଜାକର୍ତ୍ତାରେ ଆୟୋଜିତ ୨୦୧୮ ଏସିଆନ ଗେମ୍ସରେ ଭାରତ ଏହି ରେକର୍ଡ କରିଥିଲା। ସେତେବେଳେ ଭାରତ ୧୬ ଟି ସ୍ବର୍ଣ୍ଣ, ୧୩ଟି ରୌପ୍ୟ ଏବଂ ୩୧ ଟି ବ୍ରୋଞ୍ଜ ପଦକ ଜିତିଥିଲ। ୨୦୨୩ ଏସିଆନ ଗେମ୍ସରେ ଏ ପର୍ଯ୍ୟନ୍ତ ଭାରତ ୧୬ଟି ସ୍ବର୍ଣ୍ଣ, ୨୬ଟି ରୌପ୍ୟ ପଦକ ଏବଂ ୨୯ଟି ବ୍ରୋଞ୍ଜ ପଦକ ଜିତିଛି।

Share