Categories: ଖେଳ

ଚଟ୍ଟୋଗ୍ରାମ ଟେଷ୍ଟରେ ଟିମ୍‌ ଇଣ୍ଡିଆର ବୃହତ ବିଜୟ

ଚଟ୍ଟୋଗ୍ରାମ,୧୮।୧୨: ବାଲାଂଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ରବିବାର ବୃହତ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ର ଅନ୍ତିମ ଦିବସରେ ବିରୋଧୀ ଟିମ୍‌କୁ ଦଳ ୧୮୮ ରନ୍‌ରେ ପରାଜିତ କରିଛି। ଏହି ବିଜୟ ପରେ ଭାରତ ୨ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଜିତିବା ପାଇଁ ବାଲାଂଦେଶକୁ ୫୧୩ ରନ୍‌ର ଟାର୍ଗେଟ ଦେଇଥିଲା ଭାରତ।

ପ୍ରକାଶ ଯେ, ବଡ଼ ଟାର୍ଗେଟକୁ ପିଛା କରୁଥିବା ବାଲାଂଦେଶ ଟିମ୍‌ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୬ ଉଇକେଟ ହରାଇଥିଲା। ଏଣୁ ଭାରତକୁ ମ୍ୟାଚ୍‌ ଜିତିବାକୁ ଆଉ ୪ ଉଇକେଟର ଆବଶ୍ୟକତା ଥିଲା। ରବିବାର ବାଲାଂଦେଶ ୨୭୭ ରନ୍‌ରୁ ଖେଳିବା ଆରମ୍ଭ କରିଥିଲା। ହେଲେ ଭାରତୀୟ ଟିମ୍‌ ବୋଲରଙ୍କ ଦମ୍‌ଦାର ବୋଲିଂ ଯୋଗୁ ଦଳର ଇନିଂସ ୩୨୪ରନ୍‌ରେ ସମାପ୍ତ ହୋଇଥିଲା। ଦଳ ପକ୍ଷରୁ ଅକ୍ଷର ପଟେଲ ଉଲ୍ଲେଖନୀୟ ବୋଲିଂ କରିଥିଲେ।

Share