Categories: ଖେଳ

ଫାଇନାଲରେ ଭାରତ

ସାଲାଲା(ଓମାନ),୨୮ା୮: ଏସିଆନ ୫ଏସ୍‌ ମହିଳା ହକି ଟୁର୍ନାମେଣ୍ଟରେ ଭାରତର ଅଧିନାୟିକା ନବଜୋତ କୌରଙ୍କ ହ୍ୟାଟ୍ରିକ୍‌ ସହାୟତାରେ ୯-୫ ଗୋଲ୍‌ରେ ମାଲେସିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏଥିସହିତ ଭାରତ ଆସନ୍ତା ବର୍ଷ ହେବାକୁଥିବା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି। ନବଜୋତ ୭ମ, ୧୦ମ ଓ ୧୭ତମ ମିନିଟ୍‌ରେ ଗୋଲ୍‌ ସ୍କୋର କରି ହ୍ୟାଟ୍ରିକ କରିଥିବା ବେଳେ ମାରିଆନା କୁଜର (୯ମ ଓ ୧୨ତମ) ଏବଂ ଜ୍ୟୋତି (୨୧ତମ ଓ ୨୬ତମ) ଦୁଇଟି ଲେଖାଏଁ ଗୋଲ୍‌ ଦେଇଥିଲେ।

ଭାରତର ପକ୍ଷରୁ ଅନ୍ୟ ଦୁଇ ଗୋଲ ମୋନିକା ଦୀପି ଟପ୍ପୋ ଓ ମହିମା ଚୌଧାରୀ ଦେଇଥିଲେ। ସେହିପରି ମାଲେସିଆ ପକ୍ଷରୁ ଜାଟିି ମହମ୍ମଦ, ଦିଆନ ନାଜେରି ଏବଂ ଅଜିଜ ଜାଫିରା ଗୋଲ୍‌ ଦେଇଥିଲେ। ହକି ୫ଏସ୍‌ ବିଶ୍ୱକପ୍‌ର ଉଦ୍‌ଘାଟନୀ ସଂସ୍କରଣ ଆସନ୍ତା ବର୍ଷ ଜାନୁୟାରୀ ୨୪ ଓ ୨୭ରେ ମସ୍କାଟରେ ହେବ।ଭାରତ ଫାଇନାଲରେ ଥାଇଲାଣ୍ଡ ଓ ଇଣ୍ଡୋନେସିଆ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କୁ ଭେଟିବ।

Share