Categories: ଖେଳ

୪୧୦ ରନ୍‌ର ବିଶାଳ ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

ଚାଟୋଗ୍ରାମ୍‌,୧୦।୧୨: ବାଲାଂଦେଶ ବିପକ୍ଷ ତୃତୀୟ ଦିନିକିଆରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ଇଶାନ କିଶନ ଏବଂ ବିରାଟ କୋହଲିଙ୍କ ଦ୍ୱିଶତକୀୟ ଭାଗିଦାରୀ ଯୋଗୁ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୪୦୯ କରିବାରେ ସଫଳ ହୋଇଛି। ବାଲାଂଦେଶକୁ ଏହି ମ୍ୟାଚ୍‌ ଜିତି ସିରିଜ କ୍ଲିନ୍‌ସୁଇପ୍‌ କରିବାକୁ ୪୧୦ ରନ୍‌ର ଟାର୍ଗେଟ ମିଳିଛି।

ପ୍ରକାଶ ଯେ, ମ୍ୟାଚ୍‌ରେ ଇଶାନ ୨୧୦ ରନ୍‌ କରିଥିବା ବେଳେ ବିରାଟ ୧୧୩ରନ୍‌ର ଇନିଂସ ଖେଳିଥିଲେ। ଉଭୟ ବ୍ୟାଟ୍‌ମ୍ୟାନଙ୍କ ଯୋଗୁ ଭାରତ ୬ଷ୍ଠ ଥର ଲାଗି ୪୦୦ରୁ ଅଧିକ ରନ୍‌ କରିଛି। ବାଲଂଦେଶ ପୂର୍ବରୁ ଦିନିକିଆରେ ୪୦୦ ରନ୍‌ କରିନାହିଁ। ତେଣୁ ଆଜିର ମ୍ୟାଚ୍‌ ଜିତିଲେ ହେଲେ ବାଲାଂଦେଶ ରେକର୍ଡ କରିବ।

Share