ତାଲିବାନକୁ କଡ଼ା ଚେତାବନୀ ଦେଲା ଭାରତ

ନ୍ୟୁୟର୍କ,୧୦।୬: ଆଫଗାନିସ୍ତାନକୁ ତାଲିବାନ ଦଖଲ ପରେ ଭାରତ ପୁଣି ଥରେ ଉଦବେଗ ପ୍ରକାଶ କରିଛି ଏବଂ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ବୈଠକରେ ଏହି ପ୍ରସଙ୍ଗ ଉଠାଇଛି। ୟୁଏନଏସସିରେ ଭାରତର ସ୍ଥାୟୀ ପ୍ରତିନିଧୀ ଟିଏସ ତିରୁମୂର୍ତ୍ତିର କହିଛନ୍ତି ଯେ, ଆଫଗାନିସ୍ତାନରେ ଏବେ ବି ସ୍ଥିତି ଗୁରୁତର ରହିଛି। ଆଫଗାନିସ୍ତାନର ପଡ଼ୋଶୀ ତଥା ଲୋକଙ୍କ ବନ୍ଧୁ ଭାବରେ ବର୍ତ୍ତମାନର ପରିସ୍ଥିତି ଆମ ପାଇଁ ସିଧାସଳଖ ଚିନ୍ତାର ବିଷୟ। ଆଫଗାନିସ୍ତାନରେ ଭାରତ ଏପରି ଏକ ବ୍ୟବସ୍ଥା ଆହ୍ବାନ କରୁଛି ଯେଉଁଥିରେ ସମସ୍ତ ବିଭାଗ ପ୍ରତିନିଧିତ୍ୱ କରିପାରିବେ। ସେଠାରେ ଏକ ଅନ୍ତର୍ଜାତୀୟ ସ୍ବୀକାର୍ଯ୍ୟତା ଏବଂ ବୈଧତା ଥିବା ସରକାର ଗଠନ ହେଉ ବୋଲି ସେ କହିଛନ୍ତି।
କାବୁଲ ଆକ୍ରମଣ ସମ୍ପର୍କରେ ଟିଏସ ତିରୁମୁର୍ତ୍ତୀ କହିଛନ୍ତି ଯେ, ଗତ ମାସରେ ଏକ ନିନ୍ଦନୀୟ ଆକ୍ରମଣର ସାକ୍ଷୀ ରହିଥିଲା। ଆଫଗାନିସ୍ତାନ ପାଇଁ ଆତଙ୍କବାଦ ଏକ ଗୁରୁତର ବିପଦ ହୋଇ ରହିଛି। ତେଣୁ ତାଲିବାନ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିଗୁଡିକ ସମ୍ମାନିତ ଏବଂ ପାଳନ କରାଯିବା ଜରୁରୀ ବୋଲି ସେ କହିଛନ୍ତି।

Share