Categories: ଜାତୀୟ

ଭାରତର ନିଜସ୍ବ ପରମ୍ପରା ରହିଛି: ସମଲିଙ୍ଗୀ ବିବାହ ନେଇ ଜବାବ ଦେଲେ ରିଜିଜୁ…

ନୂଆଦିଲ୍ଲୀ,୨୩।୪ : ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। କେନ୍ଦ୍ର ସରକାର ଏହା ଉପରେ ଏକ ଆପତ୍ତି ଉଠାଇଛନ୍ତି। ଏହି ବିଷୟରେ କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ସମଲିଙ୍ଗୀ ସମ୍ପର୍କରେ ଥିବା ଲୋକଙ୍କ ପ୍ରତି ଆମର କୌଣସି ଆପତ୍ତି ନାହିଁ, କିନ୍ତୁ ଯେତେବେଳେ ବିବାହ କଥା ଆସେ, ସେତେବେଳେ କେବଳ କିଛି ଲୋକ ଏହା ସ୍ଥିର କରିପାରିବେ ନାହିଁ।

ରିଜିଜୁ କହିଛନ୍ତି, ନାଗରିକଙ୍କ ଜୀବନ ବଞ୍ଚିବାର ସ୍ବାଧୀନତା ସମ୍ବିଧାନରେ ଦିଆଯାଇଛି, ତେଣୁ ଦୁଇ ଜଣ କିପରି ପରସ୍ପର ସହ ରୁହନ୍ତି ସେଥିରେ ଆମର କୌଣସି ଆପତ୍ତି ନାହିଁ। ସମଲିଙ୍ଗୀଙ୍କର ଲିଭଇନକୁ ଅଣ-ଅପରାଧ ଶ୍ରେଣୀରେ ସ୍ଥାନିତ କରାଯାଇଛି। ବର୍ତ୍ତମାନ ତୁମେ ଯେଉଁଠାରେ ରହିବାକୁ ଚାହୁଁଛ, ତୁମେ କିପରି ରହିବାକୁ ଚାହୁଁଛ ସେଠାରେ ରହିପାରିବ। ଏଥିରେ ଆମର କିଛି ଆପତ୍ତି ନାହିଁ। କିନ୍ତୁ ଯେତେବେଳେ ବିବାହ କଥା ଆସେ, ଏହା ଏକ ଅନୁଷ୍ଠାନ । ଭାରତ ଏକ ପ୍ରାଚୀନ ଦେଶ। ଏହାର ନିଜସ୍ବ ପରମ୍ପରା ଅଛି। ଏକ ମାନ୍ୟତା ରହିଛି। ଅନେକ ଧର୍ମର ମିଳନ ଅଛି।

ପରମ୍ପରାର ପରିବର୍ତ୍ତନ ଉପରେ ବିସ୍ତୃତ ଆଲୋଚନା ହେବା ଉଚିତ ବୋଲି ସେ କହିଛନ୍ତି। ଏଭଳି ପ୍ରସଙ୍ଗରେ କିଛି ଲୋକ ନିଷ୍ପତ୍ତି ନେବେ କି ସଂସଦରେ ନିର୍ବାଚିତ ପ୍ରତିନିଧୀମାନେ ତାହା ଉପରେ ଆଲୋଚନା କରିବା ଉଚିତ।

Share