Categories: ଜାତୀୟ

୪ ବର୍ଷରେ ଭାରତର ନାଗରିକତ୍ୱ ହରାଇଛନ୍ତି ୬ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ,୧୦।୨: ଗତ ୪ ବର୍ଷ ମଧ୍ୟରେ ୬ ଲକ୍ଷ ୭୬ ହଜାର ୭୪ ଜଣ ଭାରତୀୟ ନାଗରିକତ୍ୱ ହରାଇଛନ୍ତି। ସେମାନେ ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିଥିବା ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକ ସଭାରେ ସୂଚନା ଦେଇଛନ୍ତି। କଂଗ୍ରେସ ଏମ୍‌ପି କାର୍ତି ଚିଦାମ୍ବରମ୍‌ଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏଭଳି କହିଛନ୍ତି। ୧୦୧୫ଠାରୁ ୨୦୧୯ ମଧ୍ୟରେ ଏଭଳି ଘଟିଥିବା ସେ କହିଛନ୍ତି। ୨୦୧୫ରେ ୧,୪୧,୬୫୬ ଜଣ ନାଗରିକତ୍ୱ ହରାଇଥିବାବେଳେ ୨୦୧୬ରେ ୧,୪୪,୯୪୨, ୨୦୧୭ରେ ୧,୨୭,୯୦୫, ୨୦୧୮ରେ ୧,୨୫,୧୩୦ ଏବଂ ୨୦୧୯ରେ ୧,୩୬,୪୪୧ ଜଣ ଭାରତୀୟ ନାଗରିକତ୍ୱ ହରାଇଥିବା ସେ କହିଛନ୍ତି। ୨୦୧୬ରେ ଏହି ସଂଖ୍ୟା ସର୍ବାଧିକ ରହିଛି। ସେହିପରି ଦେଶର ୧,୨୪,୯୯, ୩୯୫ ଜଣ ଲୋକ ବିଦେଶରେ ବାସ କରୁଛନ୍ତି। ଅପରପକ୍ଷରେ ୨୦୨୦ରେ ୧,୯୧,୬୦୯ ଜଣଙ୍କ ପାଖରେ ଓଭରସିଜ୍‌ ସିଟିଜେନ୍‌ ଅଫ୍‌ ଇଣ୍ଡିଆ(ଓସିଆଇ) କାର୍ଡ ରହିଥିବା ସେ ସୂଚନା ଦେଇଛନ୍ତି।

Share