ଅସମ୍ଭବକୁ ସମ୍ଭବ କରିଛି ଭାରତ: ଦେଶରେ ପ୍ରସ୍ତୁତ ହେଉଛି ୩ କରୋନା ଟୀକା

ନୂଆଦିଲ୍ଲୀ, ୧୫।୮: କରୋନା ମହାମାରୀ ଲଢ଼େଇରେ ଭାରତ ଆଗୁଆ ରହିଛି। ଅସମ୍ଭବକୁ ଭାରତ ସମ୍ଭବ କରି ଦେଖାଇଛି। କରୋନାର ପ୍ରତିରୋଧ ପାଇଁ ଦେଶରେ ୩ ଟି ଟୀକା ଉପରେ ଟ୍ରାଏଲ୍‌ ଜାରି ରହିଛି। ୭୪ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏପରି କହିଛନ୍ତି। କରୋନା ସଙ୍କଟରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ଭୟ ଅବା ଆଶଙ୍କାର କୌଣସି କାରଣ ନ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଖୁବ୍‌ ଶୀଘ୍ର କରୋନା ଟୀକାକୁ ମଞ୍ଜୁରୀ ମିଳିବ। ଏହାପରେ ଟୀକାକୁ ବ୍ୟାପକ ଭାବେ ଜନସାଧାରଣଙ୍କୁ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

Share