‘ଭାରତ ପାକିସ୍ତାନ ସହ ବାଣିଜ୍ୟ ସମ୍ପର୍କ କେବେ ବନ୍ଦ କରିନାହିଁ’

ଇସଲାମାବାଦ,୧୮ା୩: ଭାରତ ପାକିସ୍ତାନ ସହ ବାଣିଜ୍ୟ ସମ୍ପର୍କକୁ କେବେ ବି ବନ୍ଦ କରି ନାହିଁ। ଭାରତ ସବୁବେଳେ ପାକିସ୍ତାନ ସହ ବାଣିଜି୍ୟକ ସମ୍ପର୍କକୁ ସ୍ବାଭାବିକ କରିବାକୁ ଚାହେଁ। ପାକିସ୍ତାନରେ ଭାରତର ଡେପୁଟି ହାଇ କମିଶନର ସୁରେଶ କୁମାର ଲାହୋର ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଏଲସିସିଆଇ)ରେ ଭାଷଣ ଦେବା ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି, ଭାରତ ସବୁବେଳେ ପାକିସ୍ତାନ ସହ ଭଲ ସମ୍ପର୍କ ଚାହୁଁଛି। କାରଣ ଆମେ ଆମର ଭୌଗୋଳିକ ପରିବର୍ତ୍ତନ କରିପାରିବୁ ନାହିଁ। ଆମେ ପାକିସ୍ତାନ ସହ ସାଧାରଣ ସମ୍ପର୍କ ଆଡ଼କୁ ଯିବାକୁ ଚାହୁଁଛୁ। ଆମେ ପାକିସ୍ତାନ ସହିତ ବାଣିଜ୍ୟ ବନ୍ଦ ମଧ୍ୟ କରି ନାହୁଁ, କାରଣ ପାକିସ୍ତାନ ଏହା କରିଛି। ଆମେ କିପରି ଆମର ସମସ୍ୟା ଏବଂ ପରିସ୍ଥିତିକୁ ପରିବର୍ତ୍ତନ କରିପାରିବା ତାହା ଦେଖିବା ଭଲ ହେବ।

Share