Posted inଜାତୀୟ

ଦେଶର କେହି ପିତା ନାହାନ୍ତି: କଙ୍ଗନାଙ୍କ ପୋଷ୍ଟକୁ ନେଇ ବିବାଦ

ନୂଆଦିଲ୍ଲୀ, ୪।୧୦: ଅଭିନେତ୍ରୀ ତଥା ଭାଜପା ଏମ୍‌ପି କଙ୍ଗନା ରାଣାଓ୍ବତଙ୍କୁ ନେଇ ପୁଣି ବିବାଦ ଦେଖାଦେଇଛି। ବୁଧବାର ସେ ଏକ୍ସ’ରେ ଏକ ପୋଷ୍ଟ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୨୦ତମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ପୋଷ୍ଟରେ ସେ ଲେଖିଥିଲେ, ଦେଶର କେହି ପିତା ନ ଥାନ୍ତି ବରଂ ଦେଶର ପୁଅ ଥାନ୍ତି। ଭାରତ ମାଟିର ପୁଅ ଲାଲ୍‌ବାହାଦୁର ଶାସ୍ତ୍ରୀଙ୍କ ପାଇଁ ଦେଶବାସୀ ସର୍ବଦା ଗର୍ବ ଅନୁଭବ କରନ୍ତି। କଙ୍ଗନାଙ୍କ ଉକ୍ତ ପୋଷ୍ଟକୁ ନେଇ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ୍‌ ସମାଲୋଚନା କରିଛନ୍ତି। ସେ କଙ୍ଗନାଙ୍କୁ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କ ଉପାସକ ଦର୍ଶାଇଛନ୍ତି। କଙ୍ଗନା ତାଙ୍କ ପୋଷ୍ଟରେ ବାପୁ ଏବଂ ଶାସ୍ତ୍ରୀଙ୍କ ବ୍ୟକ୍ତିତ୍ୱ ମଧ୍ୟରେ ଭେଦଭାବ ସୃଷ୍ଟି କରୁଥିବାରୁ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ତେବେ କଙ୍ଗନାଙ୍କ ଏହି ବିବାଦୀୟ ପୋଷ୍ଟକୁ ପଞ୍ଜାବର ବରିଷ୍ଠ ଭାଜପା ନେତା ମନୋରଞ୍ଜନ କାଲିଆ ସମାଲୋଚନା କରିଛନ୍ତି। ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କୁ ନେଇ କଙ୍ଗନାଙ୍କର ମତ ଭାଜପାର ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ଅନଶନ ଭାଙ୍ଗିଲେ ସୋନମ ଓ୍ବାଙ୍ଗଚୁକ୍‌: କହିଲେ- ଶୀଘ୍ର ପ୍ରଧାନମନ୍ତ୍ରୀ-ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିବେ…

ନୂଆଦିଲ୍ଲୀ,୪।୧୦: କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ସୋନମ ଓ୍ବାଙ୍ଗଚୁକ୍‌ ନିଜର ଅନଶନ ଭାଙ୍ଗିଛନ୍ତି । ସେ ଲଦାଖର କିଛି ଲୋକଙ୍କ ସହ ରାଜଘାଟରେ ଥିବା ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ...

ଆରମ୍ଭ ହେଲା PM Internship ଯୋଜନା, ଯୁବପିଢିଙ୍କୁ ପ୍ରତି ମାସକୁ ମିଳିବ ୫ହଜାର, ଜାଣନ୍ତୁ କେମିତି କରିବେ ଆବେଦନ…

ନୂଆଦିଲ୍ଲୀ,୪।୧୦: ଯୁବକମାନଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ପାଇଲଟ ପ୍ରୋଜେକ୍ଟ ପିଏମ ଇଣ୍ଟର୍ନସିପ ସ୍କିମ ଆରମ୍ଭ କରିଛନ୍ତି। ଏଥିପାଇଁ ଅକ୍ଟୋବର ୧୨ରୁ ଅନଲାଇନ ଆବେଦନ...

ତିରୁପତି ମନ୍ଦିର ଲଡୁ ବିବାଦ: ଯାଞ୍ଚ ପାଇଁ ଏସଆଇଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ତିରୁପତି ଲଡୁରେ ପଶୁ ଚର୍ବି ମିଶିଥିବା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଜଷ୍ଟିସ ବିଆର ଗଭଇଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହି ମାମଲାର...

ସହମତିରେ ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ: କୋର୍ଟ

ପ୍ରୟାଗରାଜ,୪।୧୦: ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଯଦି ଦୀର୍ଘ ସମୟ ଧରି ସହମତିରେ ଶାରୀରିକ ସମ୍ପର୍କ ହୁଏ ତେବେ ଏହାକୁ ବଳାତ୍କାର ବୋଲି ଧରାଯିବ ନାହିଁ।...

ମୋଦିଙ୍କୁ ଦେଖି ଏମିତି ପ୍ରତିକ୍ରିୟା ଦେଲେ ‘ଦ ୟୁନିଭର୍ସ ବସ୍‌’: ଭିଡିଓ ହେଉଛି ଭାଇରାଲ୍‌..

ନୂଆଦିଲ୍ଲୀ,୪।୧୦: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମାଇକାରେ ପ୍ରଧାନମନ୍ତ୍ରୀ ଆଣ୍ଡ୍ରିୟୁ ହୋଲେନ୍ସଙ୍କୁ ଭେଟିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି, ନୂଆଦିଲ୍ଲୀରେ ଜାମାଇକା...

ଆଜି କ୍ୱାର୍ଟର ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୪ା୧୦: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ ଶୁକ୍ରବାର ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିବେ। ମୁଖ୍ୟମନ୍ତ୍ରୀ ନିବାସ...

ଏହି ୧୪ ଲୋକପ୍ରିୟ ଭାରତୀୟ କମ୍ପାନୀ ସହ ଅଛି ଇସ୍ରାଏଲର ଲିଙ୍କ୍‌, ଯୁଦ୍ଧର ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୪।୧୦: ମଧ୍ୟ ପୂର୍ବରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତା ବିଶ୍ୱ ବଜାରରେ ଆଲୋଡ଼ନ ସୃଷ୍ଟି କରିଛି ଏବଂ ଏହାର ପ୍ରଭାବ ଭାରତୀୟ ଷ୍ଟକ...

ଟ୍ରକ୍‌-ଟ୍ରାକ୍ଟର ଧକ୍କା: ଚାଲିଗଲା ୧୦ ଶ୍ରମିକଙ୍କ ଜୀବନ

ଲକ୍ଷ୍ନୌ,୪ା୧୦: ଉତ୍ତରପ୍ରଦେଶରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣ ଗୁରୁତର ହୋଇଛନ୍ତି। ମୃତାହତ ସମସ୍ତେ ଶ୍ରମିକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri