Categories: ବାଣିଜ୍ୟ

ଦରବୃଦ୍ଧି ସତ୍ତ୍ୱେ ଗହମ ଆମଦାନୀ କରିବେ ନାହିଁ ସରକାର: ରିପୋର୍ଟ

ନୂଆଦିଲ୍ଲୀ,୧୫।୧: ଡିସେମ୍ବର ମାସରେ ଦେଶରେ ମୁଦ୍ରାସ୍ପିତି ବୃଦ୍ଧି ପାଇ ତିନି ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହା ସହିତ ବିଭିନ୍ନ ଖାଦ୍ୟଶସ୍ୟ ସହିତ ଗହମର ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇଛି। ମୂଲ୍ୟବୃଦ୍ଧି ପରେ ମଧ୍ୟ ଭାରତ ସରକାରଙ୍କର ଗହମ ଆମଦାନୀ ନେଇ କୌଣସି ଯୋଜନା ନଥିବା ଜଣାପଡିଛି। ଆଶା କରାଯାଉଛି ଯେ, ଆଗାମୀ ଅମଳ ଋତୁରେ ପ୍ରଚୁର ଗହମ ଅମଳ ହୋଇପାରେ।

ଶନିବାର କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟେଲ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗ୍ରାଉଣ୍ଡ ରିପୋର୍ଟ ଅନୁଯାୟୀ ଚଳିତ ଋତୁରେ ଫସଲ ଭଲ ହୋଇଛି ଏବଂ ଅମଳ ୧୧୪ ମିଲିୟନ ମେଟ୍ରିକ ଟନ୍ ହେବା ଆଶା କରାଯାଉଛି।

ଗ୍ରୀଷ୍ମ ପ୍ରବାହ କାରଣରୁ ୨୦୨୨ରେ ଅମଳ ହ୍ରାସ ପରେ ଭାରତ ସରକାର ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତେବେ ଋଷ ୟୁକ୍ରେନ ଯୁଦ୍ଧ ପରେ ବିଶ୍ୱରେ ଗହମର ମୂଲ୍ୟ ଆହୁରି ବଢି ଯାଇଥିଲା, ଯାହାର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିଥିଲା।

ଏହାପରେ ଦେଶରେ ଗହମର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ୨୦୨୩ ଜୁନ ମାସ ପରଠାରୁ ଭାରତ ସରକାର ଖୋଲା ବଜାରରେ ପ୍ରାୟ ୬ ମିଲିୟନ ମେଟ୍ରିକ ଟନ୍ ଗହମ ବିକ୍ରି କରିଛନ୍ତି।

ଏତେ ମାତ୍ରାରେ ଖୋଲା ବଜାରରେ ବିକ୍ରି ସତ୍ତ୍ୱେ ସରକାରୀ କର୍ମଚାରୀମାନେ ସୂଚନା ଦେଇଛନ୍ତି ଯେ ରାଜ୍ୟ ଗୋଦାମରେ ଥିବା ଭଣ୍ଡାରଗୁଡ଼ିକରେ ଏପ୍ରିଲ ୧ ରେ ନୂତନ ମାର୍କେଟିଂ ବର୍ଷ ଆରମ୍ଭ ସୁଦ୍ଧା ୭.୪୬ ନିୟୁତ ମେଟ୍ରିକ୍ ଟନ୍ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ହେବ।

ଜାନୁଆରୀ ୧ ସୁଦ୍ଧା, ରାଜ୍ୟ ଗୋଦାମରେ ଦେଶର ଗହମ ଷ୍ଟକ୍ ୧୬.୪୭ ନିୟୁତ ମେଟ୍ରିକ୍ ଟନରେ ପହରହିଛି ଞ୍ଚିଛି, ଯାହା ୨୦୧୭ ଠାରୁ ସର୍ବନିମ୍ନ ଅଟେ।

Share