‘ଭାରତକୁ ଉପଦେଶ ଦେବାର କୌଣସି ଅଧିକାର ନାହିଁ’

ଓ୍ବାଶିଂଟନ,୧୫ା୧୨: ମିଳିତ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ଭାରତ ଉପଯୁକ୍ତ ଉତ୍ତର ଦେଇଛି। ଭାରତ କହିଛି, ଯେଉଁ ଦେଶ ଆତଙ୍କବାଦୀ ଓସାମା ବିନ୍‌ ଲାଡେନକୁ ପ୍ରଶୟ ଦେଉଛି ଏବଂ ପଡ଼ୋଶୀ ଦେଶର ସଂସଦ ଉପରେ ଆକ୍ରମଣ କରିଥିଲା। ଏପରି ଦେଶର ପ୍ରଚାର କରିବାର କୌଣସି ଅଧିକାର ନାହିଁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି, ମହାମାରୀ, ଜଳବାୟୁ ପରିବର୍ତ୍ତନ, ବିବାଦ କିମ୍ବା ଆତଙ୍କବାଦ ହେଉ ଆମ ସମୟର ପ୍ରମୁଖ ଆହ୍ବାନର ପ୍ରଭାବଶାଳୀ ପ୍ରତିକ୍ରିୟା ଉପରେ ଜାତିସଂଘର ବିଶ୍ୱସନୀୟତା ନିର୍ଭର କରେ।

ଜୟଶଙ୍କରଙ୍କ ଏହି ପ୍ରତିକ୍ରିୟା ଯେତେବେଳେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ବିତର୍କ ସମୟରେ କଶ୍ମୀର ପ୍ରସଙ୍ଗ ଉଠାଉଥିଲେ। ଜାତିସଂଘର ଭାରତର ଅଧ୍ୟକ୍ଷତାରେ ଚାଲିଥିବା ଉଚ୍ଚସ୍ତରୀୟ ଦସ୍ତଖତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବାକୁ ଜୟଶଙ୍କର ଆମେରିକାରେ ପହଞ୍ଚିଛନ୍ତି। ଜୟଶଙ୍କର କହିଛନ୍ତି, ‘ବିଶ୍ୱ ଯାହାକୁ ଅସ୍ବୀକାର କରୁଛି, ଏହାର ଯଥାର୍ଥତା ପ୍ରଶ୍ନ ଉଠିବା ଉଚିତ ନୁହେଁ। ଏହା ନିଶ୍ଚିତ ଭାବରେ ସୀମା ଆତଙ୍କବାଦର ପ୍ରାୟୋଜକ ପାଇଁ ପ୍ରଯୁଜ୍ୟ। ଓସାମା ବିନ ଲାଡେନର ଆୟୋଜକ ଏବଂ ପଡ଼ୋଶୀ ସଂସଦ ଉପରେ ଆକ୍ରମଣ ଏହି ପରିଷଦ ସମ୍ମୁଖରେ ପ୍ରଚାର କରିବାର ପ୍ରମାଣ ହୋଇପାରେ।

ଉଲ୍ଲେଖନୀୟ ଯେ, ୨୦୨୧ ଡିସେମ୍ବର ୧୩ରେ ଲସ୍କର-ଇ-ତୋଇବା ଏବଂ ଜୈସ-ଇ-ମହମ୍ମଦ ଆତଙ୍କବାଦୀମାନେ ଦେଶର ସଂସଦ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀ ଆକ୍ରମଣରେ ୯ ଜଣ ପ୍ରାଣ ହରାଇଥିଲେ।

Share