‘ଭାରତ ନିକଟରେ ପାକିସ୍ତାନ ବିଭାଜନ ଯୋଜନା’

ଇସଲାମାବାଦ,୩ା୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏକ ବିବାଦୀୟ ବିବୃତ୍ତି ଦେଇ ସେ ଏହି ଚର୍ଚ୍ଚାକୁ ଆସିଛନ୍ତି। ଯାହାକୁ ନେଇ ପାକିସ୍ତାନରେ ରାଜନୀତି ତୀବ୍ର ହୋଇଛି।

ଇମ୍ରାନ କହିଛନ୍ତି, ଯଦି ସେନା ସଠିକ୍‌ ନିଷ୍ପତ୍ତି ନ ନିଏ ତେବେ ଦେଶକୁ ତିନି ଭାଗରେ ବିଭକ୍ତ କରାଯିବ। ସେ କହିଛନ୍ତି , ବିଦେଶରେ ଥିବା ଭାରତୀୟ ଥିଙ୍କ୍‌ ଟ୍ୟାଙ୍କ ବାଲୁଚିସ୍ତାନକୁ ଅଲଗା କରିବାକୁ ଯୋଜନା କରୁଛି। ଭାରତୀୟ ଥିଙ୍କ ଟ୍ୟାଙ୍କର ଯୋଜନା ଅଛି। ସେଥିପାଇଁ ମୁଁ ଏକ ଚେତାବନୀ ଦେଉଛି। ସେ କହିଛନ୍ତି, ପାକିସ୍ତାନ ଆତ୍ମହତ୍ୟା କରିବା ସ୍ଥିତିରେ। ଯଦି ସଠିକ୍‌ ନିଷ୍ପତ୍ତି ନ ନିଆଯାଏ, ତେବେ ସେନା ଏହାର ପ୍ରଥମ ଶିକାର ହେବ ଏବଂ ୟୁକ୍ରେନ ଭଳି ଆମେ ମଧ୍ୟ ପରମାଣୁ ବୋମା ହରାଇବୁ। ପ୍ରକୃତରେ ପାକିସ୍ତାନରେ ଏଭଳି ସଙ୍କଟ ଦେଖାଦେଇଛି କି? ଏହାର କୂଟନୈତିକ ମହତ୍ତ୍ୱ କ’ଣ? ଏହା ପାକିସ୍ତାନ ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଭାବିତ କରିବ କି ଆଦି ପ୍ରଶ୍ନ ଉଠିଛି।

Share