Categories: ଜାତୀୟ

୫୦ ନାଗରିକଙ୍କୁ ଫେରାଇ ଆଣିଲା ଭାରତ

ନୂଆଦିଲ୍ଲୀ,୧୨।୮: ତାଲିବାନ ଏବଂ ସୈନ୍ୟବାହିନୀ ମଧ୍ୟରେ ସଂଘର୍ଷ ଯୋଗୁ ଆଫଗାନିସ୍ତାନ ସ୍ଥିତି ଦିନକୁ ଦିନ ଅଧିକରୁ ଅଧିକ ଖରାପ ଆଡ଼କୁ ଗତି କରୁଛି। ଭାରତ ସେଠାର ମଜାର-ଇ-ସରିଫ୍‌ରୁ କୂଟନୀତିଜ୍ଞଙ୍କ ସମେତ ୫୦ ନାଗରିକଙ୍କୁ ଫେରାଇ ଆଣିଛି। ସେମାନେ ବୁଧବାର ନୂଆଦିଲ୍ଲୀରେ ପହଞ୍ଚତ୍ଛନ୍ତି। ଏକ ସ୍ବତନ୍ତ୍ର ବିମାନ ସେମାନଙ୍କୁ ଆଣି ବୁଧବାର ସକାଳେ ନୂଆଦିଲ୍ଲୀରେ ଅବତରଣ କରିଛି। ମଜାର-ଇ-ସରିଫ୍‌ରେ ଥିବା କନ୍‌ସୁଲେଟ୍‌ ଜେନେରାଲଙ୍କ କାର୍ଯ୍ୟାଳୟକୁ ଭାରତ ସାମୟିକ ଭାବେ ବନ୍ଦ କରିଦେଇଛି। ସେଠାରେ ଥିବା ଅନ୍ୟ ଭାରତୀୟମାନେ ନୂଆଦିଲ୍ଲୀ ଫେରିବାକୁ ଚାହୁଁଥିଲେ ସେମାନଙ୍କ ଠିକଣା ଓ ସବିଶେଷ ବିବରଣୀ ଦେବାକୁ ବାଣିଜି୍ୟକ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି।

Share