୩୦ ଦିନରେ ୮୫ ହଜାର ମେଟ୍ରିକ୍‌ ଟନ୍‌ ଗହମ ୟେମେନ ପଠାଇଛି ଭାରତ…

ଜେନେଭା,୨୩।୧୧ : ୟେମେନର ପରିସ୍ଥିତିକୁ ନେଇ ଭାରତ ସମେତ ମିଳିତ ଜାତିସଂଘ ଚିନ୍ତିତ। ଏଥି ସହିତ ଯୁଦ୍ଧ ପରେ ପରିସ୍ଥିତିକୁ ନେଇ ଜାତିସଂଘ ଏହାକୁ ବିଶ୍ୱର ସବୁଠାରୁ ଖରାପ ମାନବିକ ସଙ୍କଟ ବୋଲି କହିଛି। ଅନ୍ୟପକ୍ଷରେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି ଯେ ଗହମ ରପ୍ତାନିକୁ ପ୍ରାଧାନ୍ୟ ଦେଇ ୟେମେନରେ ଖାଦ୍ୟ ସୁରକ୍ଷା ବୃଦ୍ଧି ପାଇଁ ଭାରତ ଅନେକ ପଦକ୍ଷେପ ନେଇଛି।

ୟେମେନ ସଙ୍କଟ ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ସେ କହିଛନ୍ତି ଯେ ଗହମ ରପ୍ତାନି ଉପରେ ଆମର ଜାତୀୟ ନିୟମ ସତ୍ତ୍ୱେ ଆମେ ୟେମେନକୁ ଗହମ ରପ୍ତାନି ଜାରି ରଖିଛୁ। ଭାରତ ଦ୍ୱାରା ମାନବିକ ସହାୟତା ସମ୍ପର୍କରେ ସେ କହିଛନ୍ତି ଯେ ଭବିଷ୍ୟତରେ ମଧ୍ୟ ଆମେ ଏହା କରିବାକୁ ପ୍ରତିଶ୍ରୁତିବଦ୍ଧ। ସେ ଏହା ମଧ୍ୟ କହିଛନ୍ତି ଯେ ଗତ ୩୦ ଦିନ ମଧ୍ୟରେ ପ୍ରାୟ ୮୫ ହଜାର ମେଟ୍ରିକ ଟନ ଦୁଇଟି ଗହମ ଶିପ୍‌ମେଣ୍ଟ କୃଷ୍ଣସାଗର ଗ୍ରେନ୍‌ ଈନସିଏଟିଭ୍‌ ଅନ୍ତର୍ଗତ ୟେମେନକୁ ପଠାଯାଇଛି। ଆମେ ଏହାକୁ ସ୍ବାଗତ କରୁଛୁ ଏବଂ ଆଶା କରୁଛୁ ଯେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦ୍ୱାରା ୟେମେନ ଉପକୃତ ହେବ।

ୟୁଏନଏସସିର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି ଯେ ୟେମେନ ଏକ ଦୋଛକିରେ ଅଛି। ଗୋଟିଏ ପଥ ଦ୍ୱନ୍ଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଏବଂ ଅନ୍ୟଟି ସକ୍ରିୟ ଶତ୍ରୁତା ଆଡକୁ ଗତି କରୁଛି। ଯାହା କେବଳ ୟେମେନର ଲୋକଙ୍କ ଦୁଃଖ ଦୁର୍ଦଶାକୁ ବଢ଼ାଇବ। ବର୍ତ୍ତମାନ ଏହାର ଭବିଷ୍ୟତ କ’ଣ ହେବ ତାହା ୟେମେନକୁ ନିଷ୍ପତ୍ତି ନେବାକୁ ପଡିବ। ଦେଶବ୍ୟାପୀ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ସୈନ୍ୟମାନଙ୍କୁ ରାଜି କରାଇବା ସହ କାମ୍ବୋଜ ୟେମେନକୁ ସାମରିକ ଆଭିମୁଖ୍ୟ ତ୍ୟାଗ କରିବାକୁ ଏବଂ ଶାନ୍ତି ପଥ ଅନୁସରଣ କରିବାକୁ ଅନୁରୋଧ କରିଛନ୍ତି।

Share