Posted inଜାତୀୟ

ଭାରତରେ ସବୁଠାରୁ ବେଶି ହିଟ୍‌ଓ୍ବେଭଜନିତ ମୃତ୍ୟୁ, ବିଶ୍ୱରେ ପ୍ରତି ବର୍ଷ ପ୍ରାଣ ହରାଉଛନ୍ତି ୧.୫୩ ଲକ୍ଷ ଲୋକ

କାନ୍‌ବେରା, ୧୫।୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱରେ ପ୍ରତି ବର୍ଷ ୧.୫୩ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ସେଥିମଧ୍ୟରୁ ସର୍ବାଧିକ ମୃତ୍ୟୁ ଭାରତରେ ହେଉଥିବା ନେଇ ଅଷ୍ଟ୍ରେଲିଆର ମୋନାଶ ବିଶ୍ୱବିଦ୍ୟାଳୟ୍‌ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣା ପଡ଼ିଛି। ଗତ ୩୦ ବର୍ଷ ମଧ୍ୟରେ ହିଟ୍‌ଓ୍ବେଭ ଯୋଗୁ ବିଶ୍ୱରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏକ ବଡ଼ ଭାଗ ଅର୍ଥାତ୍‌ ଏକ ପଞ୍ଚମାଂଶ ମୃତ୍ୟୁ ଭାରତରେ ଘଟୁଛି।

ଏହି ତାଲିକାରେ ଭାରତ ପଛକୁ ଚାଇନା ଓ ରୁଷିଆ ରହିଛନ୍ତି। ସମୁଦାୟ ଗ୍ରୀଷ୍ମ ପ୍ରବାହ ଜନିତ ମୃତ୍ୟୁ ମଧ୍ୟରୁ ଚାଇନା ଓ ରୁଷିଆର ଭାଗ ଯଥାକ୍ରମେ ୧୪% ଓ ୮% ରହିଛି। ସେହିପରି ବିଶ୍ୱର ସମୁଦାୟ ମୃତ୍ୟୁର ୧% ମୃତ୍ୟୁ ହିଟ୍‌ଓ୍ବେଭ ପ୍ରଭାବରେ ହେଉଥିବା ଏହି ଅଧ୍ୟୟନ କହିଛି। ପ୍ରତିବର୍ଷ ଗ୍ରୀଷ୍ମଋତୁରେ ହିଟ୍‌ଓ୍ବେଭ କାରଣରୁ ୧.୫୩ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରାଣ ହରାଉଥିବାବେଳେ ସମୁଦାୟ ମୃତ୍ୟୁର ପ୍ରାୟ ଅଧା ଏସିଆ ମହାଦେଶରେ ଘଟୁଛି।

ସେହିପରି ହିଟ୍‌ଓ୍ବେଭଜନିତ ସମୁଦାୟ ମୃତ୍ୟୁର ହାରାହାରି ୩୦% ମାମଲା ୟୁରୋପରୁ ଆସୁଛି। ଖାସକରି ଶୁଖିଲା ଜଳବାୟୁ ଓ ସ୍ବଳ୍ପ-ମଧ୍ୟମ ଆୟ ଅଞ୍ଚଳ ଗୁଡ଼ିକରେ ମୃତ୍ୟୁହାର ସର୍ବାଧିକ ରହିଥିବା ଏହି ଅଧ୍ୟୟନରେ ଗବେଷକମାନେ ପ୍ରକାଶ କରିଛନ୍ତି। ଗତ ୩୦ ବର୍ଷର ଅବଧି ମଧ୍ୟରେ ପ୍ରତି ୧୦ ନିୟୁତ ଜନସାଧାରଣଙ୍କ ମଧ୍ୟରେ ହାରାହାରି ୨୩୬ ବ୍ୟକ୍ତିଙ୍କ ଗ୍ରୀଷ୍ମ ପ୍ରବାହ ଜନିତ ମୃତ୍ୟୁ ହେଉଥିବା ପିଏସ୍‌ଓଏସ୍‌ ମେଡିସିନ ସାପ୍ତାହିକ ପତ୍ରିକାରେ ପ୍ରକାଶ ପାଇଥିବା ଏହି ଅଧ୍ୟୟନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୭୭ତମ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ, ଦୁଇଦିନ ଉତ୍କଳ ମଣ୍ଡପରେ ସମାରୋହ

ଭୁବନେଶ୍ୱର,୨।୪: ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରର ୭୭ ତମ ପ୍ରତିଷ୍ଠା ଦିବସ ପାଳନ କରାଯିବା ଉପଲକ୍ଷେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ...

ରାପିଡୋ ସମେତ ସମସ୍ତ ବାଇକ୍ ଟ୍ୟାକ୍ସି ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ବେଙ୍ଗାଲୁରୁ,୨।୪: କର୍ଣ୍ଣାଟକ ହାଇକୋର୍ଟ ବୁଧବାର ରାପିଡୋ ବାଇକ୍ ଟ୍ୟାକ୍ସି ସମେତ ଅନ୍ୟ ସମସ୍ତ ବାଇକ୍ ଟ୍ୟାକ୍ସି ଆଗ୍ରେଗେଟରମାନଙ୍କୁ ଛଅ ସପ୍ତାହ ମଧ୍ୟରେ ରାଜ୍ୟରେ ସେମାନଙ୍କର କାର୍ଯ୍ୟ...

iPhone 11 ପାଇଁ ୧୭ ବର୍ଷୀୟ ନାବାଳକକୁ ହତ୍ୟା କଲେ ଦୁଇସାଙ୍ଗ

ନୂଆଦିଲ୍ଲୀ,୨।୪: ପଟିଆଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ରାଜପୁରାର ରେଳ ଲାଇନରୁ ନବଜୋତ ନାମକ ଜଣେ ୧୭ ବର୍ଷୀୟ ନାବାଳକର ମୃତଦେହ...

କେବେବି ପିଅନ୍ତୁ ନାହିଁ ଥଣ୍ଡା ପାଣି

ଏବେ ତ ଗ୍ରୀଷ୍ମଋତୁ। ଲସି, ସର୍ବତ ବ୍ୟତୀତ ଥଣ୍ଡା ପାଣିର ଚାହିଦା କିଛି କମ ନୁହେଁ। କେତେକେ ଅତ୍ୟଧିକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାଆନ୍ତି।...

Jasprit Bumrah IPL 2025: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିବ ବଡ଼ ଝଟକା! ଫିଟ ହେବା ପରେ ବି ଖେଳିବେ ନାହିଁ ବୁମରା?

ନୂଆଦିଲ୍ଲୀ,୨।୪: ଜସପ୍ରିତ ବୁମରା ଆଘାତ ଯୋଗୁଁ ପଡ଼ିଆ ବାହାରେ ଅଛନ୍ତି। ସେ ଚଳିତ ବର୍ଷ ଜାନୁଆରୀରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ଭାରତର ଅଷ୍ଟ୍ରେଲିଆ ଗସ୍ତ...

ମହିଳାଙ୍କର ଏହି ଯୋଜନାର ଡେଡ୍‌ଲାଇନକୁ ବଢାଇଲେ ସରକାର?

ନୂଆଦିଲ୍ଲୀ,୨।୪: ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ସରକାରୀ ଯୋଜନା ‘ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର’କୁ 31 ମାର୍ଚ୍ଚ, 2025...

ବସ୍ କୁ ପିଟିଲା ଟ୍ରକ୍: ୧୩ ଯାତ୍ରୀ ଆହାତ, ଦୁଇ ଗୁରୁତର

ନୀଳଗିରି, ୨।୪(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବରରୁ ଉଦଳା ପୋଢାଡ଼ିହା ଯାଉଥିବା ମାମା ନାମକ ଘରେଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ସାମ୍ନା କରିଛି। ନୀଳଗିରି ସେରଗଡ ଝରଣାଘାଟି...

ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷଙ୍କ ପରଲୋକ

ପଦ୍ମପୁର,୨ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପାର ବରିଷ୍ଠ ନେତା ସତ୍ୟବାନ ଅଗ୍ରଓ୍ବାଲଙ୍କ ୭୦ବର୍ଷ ବୟସରେ ପଦ୍ମପୁରସ୍ଥିତ ବାସଭବନରେ ମଙ୍ଗଳବାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image