Categories: ଖେଳ

ଭାରତ ଆଗରେ ୧୧୫ ରନ୍‌ର ବିଜୟ ଟାର୍ଗେଟ

ବ୍ରିଜ୍‌ଟାଉନ୍‌,୨୭।୭: ବ୍ରଜ୍‌ଟାଉନ ସ୍ଥିତ କେସିଙ୍ଗଟନ ଓଭାର ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆ ସିରିଜରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇଁ ୱେଷ୍ଟଇଣ୍ଡିଜ ବ୍ୟାଟିଂ ଆରମ୍ଭ କରିଥିଲା। ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୱେଷ୍ଟଇଣ୍ଡିଜ ୨୩ ଓଭରରେ ସମସ୍ତ ଉଇକେଟ ହରାଇ ୧୧୪ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଫଳରେ ଭାରତ ଆଗରେ ୧୧୫ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ୱେଷ୍ଟଇଣ୍ଡିଜ୍‌ ।

ୱେଷ୍ଟଇଣ୍ଡିଜ୍‌ର ଦୁଇ ଓପନର ବ୍ରେଣ୍ଡନ କିଙ୍ଗ ଏବଂ କାଇଲ୍‌ ମାୟର୍ସ ବ୍ୟାଟିଂ କରିବାକୁ ଆସିଥିଲେ। କାଇଲ୍‌ ୨ ରନ୍‌ କରିବାରେ ସକ୍ଷମ ହୋଇଥିବା ବେଳେ ବ୍ରେଣ୍ଡନ ୧୭ ରନ୍‌ କରି ବିଫଳ ହୋଇଥିଲେ। ଆଲିକ୍‌ ଆଥାନାଜେ ୨୨ ରନ୍‌ କରିଥିବା ବେଳେ ଅଧିନାୟକ ସାଇ ହୋପ୍‌ ସର୍ବାଧିକ ୪୩ ରନ୍‌ କରିଥିଲେ। ଫଳରେ ୱେଷ୍ଟଇଣ୍ଡିଜ୍‌ ୧୧୪ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଭାରତର କୁଲଦୀପ ଯାଦବ ୪ ଉଇକେଟ ନେଇଥିବା ବେଳେ ରବିନ୍ଦ୍ର ଜାଡେଜା ୩ ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା, ମୁକେଶ କୁମାର, ଶାଦ୍ଦୁଲ ଠାକୁର ଗୋଟିଏ ଲେଖାଏ ଉଇକେଟ୍‌ ନେଇଥିଲେ।

Share