ଦୁବାଇ,୨୦।୧୦: ସ୍ଥାନୀୟ ଆଇସିସି ଏକାଡେମୀରେ ବୁଧବାର ଦ୍ୱିତୀୟ ଓ୍ବାର୍ମଅପ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ୨୦ ଓଭରରେ ୫ ଉଇକେଟ ହରାଇ ଅଷ୍ଟ୍ରେଲିଆ ୧୫୨ ରନ୍ କରିଛି। ଡେଭିଡ ୱାର୍ଣ୍ଣର ଏବଂ ଅଧିନାୟକ ଆରୋନ ଫିଞ୍ଚ ଓପନିଂ କରିବାକୁ ଆସିଥିଲେ। ହେଲେ ଓପନିଂ ଯୋଡି ବିଶେଷ କିଛି କରିପାରି ନ ଥିଲେ। ଡେଭିଡ ୧ ରନ୍ କରି ରବିଚନ୍ଦ୍ରନ ଅଶ୍ନିନଙ୍କ ବଲ୍ରେ ଆଉଟ ହୋଇଥିବା ବେଳେ ଅଧିନାୟକ ଫିଞ୍ଚ ମଧ୍ୟ ୮ ରନ୍ କରି ରବୀନ୍ଦ୍ର ଜାଡେଜାଙ୍କ ବଲ୍ରେ ଆଉଟ ହୋଇଯାଇଥିଲେ। ଏଭଳି ସ୍ଥିତିରେ ଦଳକୁ ସମ୍ଭଲି ଥିଲେ ମାର୍କସ ଷ୍ଟୋଇନିସ୍ ଏବଂ ଷ୍ଟିଭ ସ୍ମିଥ। ଷ୍ଟିଭ ସ୍ମିଥ(୪୮ବଲ୍ରେ ୫୭)ଙ୍କ ଅର୍ଦ୍ଧଶତକ ଏବଂ ମାର୍କସ ଷ୍ଟୋଇନିସଙ୍କ(୨୫ବଲ୍ରେ ୪୧ ରନ୍*) ଓ ଗ୍ଲେନ ମାକ୍ସଓ୍ବେଲଙ୍କ ୩୭ ରନ୍ ସହାୟତାରେ ଦଳ ୧୫୨ ରନ୍ କରିଛି। ଦଳ ଭାରତ ପାଇଁ ୧୫୩ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବିନ ୨ଟି ଏବଂ ରବିନ୍ଦ୍ର ଜାଦେଜା ଓ ରାହୁଲ ଚହର ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ ।