Categories: ଖେଳ

୨୪୬ ରନ୍‌ରେ ଅଟକିଲା ଇଂଲଣ୍ଡ

ଲଣ୍ଡନ,୧୪।୭ : ଗୁରୁବାର ଲଡର୍‌ସ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ଜବାବରେ ଇଂଲଣ୍ଡ ୪୯ ଓଭରରେ ସମସ୍ତ ଉଇକେଟ ହରାଇ ୨୪୬ ରନ୍‌ କରିବାରେ ସଫଳ ହୋଇଥିଲା। ଫଳରେ ଟିମ୍‌ ଇଣ୍ଡିଆ ଆଗରେ ୨୪୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଇଂଲଣ୍ଡ।

ଓପନିଂ କରିବାକୁ ଆସିଥିବା ଜାସନ ରୟ ଏବଂ ଜୋନି ବେୟାରଷ୍ଟୋ ଦଳକୁ ଭଲ ଷ୍ଟାଟ ଦେଇଥିଲେ। ହେଲେ ଜାସନ ରୟ ୩୩ ବଲ୍‌ରେ ୨୩ ରନ୍‌ (୨ ଚୌକା ଏବଂ ୧ ଛକା) କରି ପ୍ରଥମ ଉଇକେଟ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ସେହିପରି କିଛି ସମୟ ପରେ ଜୋନି ବେୟାରଷ୍ଟୋ ମଧ୍ୟ ୩୮ ବଲ୍‌ରେ ୩୮ ରନ୍‌(୬ ଚୌକା) କରି ୟୁଜବେନ୍ଦ୍ର ଚହଲଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ଏଭଳି ସ୍ଥତିରେ ଦଳକୁ ସମ୍ଭାଳିବାରେ ବିଫଳ ହୋଇଥିଲେ ଟର୍ପ ଅର୍ଡର । ଜୋ ରୁଟ ୧୧ ରନ୍‌ କରି ପୁଣି ଦଳକୁ ନିରାଶ କରିଥିଲେ। ଅଧିନାୟକ ଜୋସ ବଟଲର ୪ ରନ୍‌ କରି ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ବେନ ଷ୍ଟୋକ୍ସ ଭଳ ଆରମ୍ଭ କରିଥିଲେ ହେଁ ୨୧ ରନ୍‌ କରି ଚହଲଙ୍କ ଶିକାର ହୋଇଥିଲେ। ଏହା ପରେ ମୋଇଲ ଅଲ୍ଲୀ ଏବଂ ଲିୟାମ ଲିଭିଙ୍ଗଷ୍ଟୋନ ଷଷ୍ଠ ଉଇକେଟରେ ୪୬ ରନ୍‌ ଯୋଡିଥିଲେ। ଲିଭିଙ୍ଗଷ୍ଟୋନ ୨ଟି ଚୌକା ଏବଂ ୨ଟି ଛକା ସହ ୩୩ ରନ୍‌ କରିଥିଲେ। ମୋଇନ ଏବଂ ଡେଭିଡ ଓ୍ବିଲି ସପ୍ତମ ଉଇକେଟରେ ୬୨ ରନ୍‌ ଯୋଡି ଦଳର ସ୍କୋରକୁ ୨୦୦ରେ ପହଞ୍ଚାଇଥିଲେ।

ଏହା ପରେ ମୋଇଲ ଅଲ୍ଲୀ ଏବଂ ଲିଆମ ଲିଭିଂଷ୍ଟୋନ ଷଷ୍ଠ ଉଇକେଟରେ ୪୬ ରନ୍‌ ଯୋଡିଥିଲେ। ଲିଭିଙ୍ଗଷ୍ଟୋନ ୩୩ ରନ୍‌ (୨ ଚୌକା ଏବଂ ୨ଟି ଛକା) କରିଥିଲେ। ପରବର୍ତ୍ତୀ ସମୟରେ ମୋଇନ ଅଲ୍ଲୀ ଏବଂ ଡାଭିଡ ଓ୍ବିଲି ସପ୍ତମ ଉଇକେଟରେ ୬୨ ରନ୍‌ ଯୋଡି ଦଳକୁ ୨୦୦ରେ ପହଞ୍ଚାଇ ଥିଲେ। ମୋଇନ ବଡ ସଟ ଖେଳିବାକୁ ଯାଇ ଚହଲଙ୍କ ଚତୁର୍ଥ ଶିକାର ହୋଇଥିଲେ। ଶେଷ ଆଡକୁ ଡେଭିଡ ଓ୍ବିଲି ୪୧ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। ଫଳରେ ଇଂଲଣ୍ଡ ୨୪୬ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୪ ଉଇକେଟ ନେଇଥିବା ବେଳେ ଯଶପ୍ରୀତ୍‌ ବୁମ୍‌ରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ମହମ୍ମଦ ଶାମି ଗୋଟିଏ ଉଇକେଟ ନେବାରେ ସଫଳ ହୋଇଥିଲେ। ଅନ୍ୟପକ୍ଷେ କେନିଙ୍ଗଟନ ଓଭାଲରେ ଅନୁଷ୍ଠିତ ପ୍ରଥମ ଦିନିକିଆକୁ ଭାରତ ଅତି ସହଜରେ ଜିତ ୧-୦ରେ ଅଗ୍ରଣୀ ଲାଭ କରିଛି।

Share