ପାକିସ୍ତାନ ମାନବାଧିକାର ବିଷୟରେ ଜାଣିଛି କ’ଣ

ନୂଆଦିଲ୍ଲୀ, ୧୬ା୯: ନିଜ ଦେଶରେ ହିନ୍ଦୁ, ଶିଖଙ୍କ ଭଳି ଅଳ୍ପ ସଂଖ୍ୟକକୁ ସୁରକ୍ଷା ଦେଇପାରୁ ନାହିଁ। ପାକିସ୍ତାନ ଓ ପିଓକେରେ ଅଳ୍ପ ସଂଖ୍ୟକ ସମ୍ପ୍ରଦାୟର ହଜାର ହଜାର ମହିଳାଙ୍କୁ ନିର୍ଯାତନା ଦିଆଯାଉଛି। ସେମାନଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଉଛି। ଆତଙ୍କବାଦର କେନ୍ଦ୍ରସ୍ଥଳୀ ଭାବେ ବିଶ୍ୱରେ ଜଣାଶୁଣା ମାନବାଧିକାର ଖୋଲା ଉଲ୍ଲଂଘନକାରୀ ପାକିସ୍ତାନଠାରୁ ମାନବାଧିକାର ଉପରେ ଆମର ଶିକ୍ଷା ଦରକାର ନାହିଁ। ବୁଧବାର ଜେନେଭାରେ ଆୟୋଜିତ ଜାତିସଂଘର ୪୮ ତମ ଅଧିବେଶନରେ ପାକିସ୍ତାନକୁ ଏଭଳି କଡ଼ା ଶବ୍ଦରେ ସମାଲୋଚନା କରିଛି ଭାରତ।

ଜାତିସଂଘ ମାନବାଧିକାର କମିଶନ(ୟୁଏନ୍‌ଏଚ୍‌ଆର୍‌ସି) ନିକଟରେ କଶ୍ମୀରରେ ମାନବାଧିକାର ଉଲ୍ଲଘଂନ ହେଉଥିବା ପ୍ରସଙ୍ଗ ଉଠାଇଥିଲେ ପାକିସ୍ତାନ ଓ ଅର୍ଗନାଇଜେଶନ ଅଫ୍‌ ଇସ୍ଲାମିକ୍‌ କୋଅପରେଶନ (ଓଆଇସି)। ଏହାର ଉତ୍ତର ରଖିଥିଲେ ଜେନେଭାରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ପଓ୍ବନ ବାଧେ।

Share