Posted inଖେଳ

ସିରିଜ ପରାଜୟ ଆଶଙ୍କାରେ ଭାରତ

ପ୍ରୋଭିଡେନ୍ସ୍ସ (ଗୁଏନା), ୮।୮: ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ତୃତୀୟ ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ମଙ୍ଗଳବାର ଏଠାରେ ଅନୁଷ୍ଠିତ ହେବ। ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚକୁ ଭାରତ ହାରି ସାରିଛି। ତେଣୁ ଟିମ୍‌ ଇଣ୍ଡିଆ ପାଇଁ ଲଜ୍ଜାଜନକ ସିରିଜ ପରାଜୟ ସ୍ଥିତି ଉପୁଜିଛି। ଦଳରେ ପରୀକ୍ଷା ନିରୀକ୍ଷା ଘାତକ ସାବ୍ୟସ୍ତ ହୋଇଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜକୁ କୌଣସିମତେ ବଞ୍ଚାଇବାରେ ସକ୍ଷମ ହୋଇଥିବା ଭାରତୀୟ ଦଳ ୨୦୧୬ ପରେ ପ୍ରଥମଥର ପାଇଁ ଦ୍ୱିପାକ୍ଷିକ ଟି୨୦ ସିରିଜ ପରାଜୟ ଦ୍ୱାରରେ ପହଞ୍ଚତ୍ ଯାଇଛି। ବ୍ୟାଟିଂ ଓ ବୋଲିଂ ଉଭୟ ବିଭାଗରେ ଭ୍ରମଣକାରୀ ଦଳ ପଛରେ ପଡ଼ିଯାଇଛି।
ଟି୨୦ ପରି କ୍ରିକେଟର ଛୋଟ ଫର୍ମାଟରେ ବଡ଼ ସ୍କୋର କରିବାକୁ ହେଲେ ପ୍ରଥମ ବଲ୍‌ରୁ ହିଁ ବଲ୍‌କୁ ହିଟ୍‌ କରିବାକୁ ପଡ଼ିଥାଏ। ମାତ୍ର ଟପ୍‌ ଅର୍ଡରରେ ଇଶାନ କିଶନ, ଶୁବମନ ଗିଲ୍‌ ଓ ସୂର୍ଯ୍ୟକୁମାର ଯାଦବ ତାହା କରିବାରେ ସକ୍ଷମ ହୋଇ ନାହାନ୍ତି। ଟପ୍‌ ଅର୍ଡର ଫେଲ୍‌ ମାରିବାରୁ ସଞ୍ଜୁ ସାମସନ ଓ ନୂଆକରି ଅନ୍ତର୍ଜାତୀୟ କ୍ରିକେଟରେ ଯୋଗଦେଇଥିବା ତିଳକ ବର୍ମାଙ୍କ ଉପରେ ଅତିରିକ୍ତ ଚାପ ପଡ଼ୁଛି। ଆଗକୁ ଏସିଆ କପ୍‌ ଏବଂ ଦିନିକିଆ ବିଶ୍ୱକପ ଆସୁଥିବାରୁ ଏମାନଙ୍କ ବିଫଳତା ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ପାଲଟିଛି। ଅଗଷ୍ଟ ୩୧ରୁ ଏସିଆ କପ୍‌ ଆରମ୍ଭ ହେବ। ”ବ୍ୟାଟରଙ୍କୁ ଅଧିକ ଦାୟିତ୍ୱବାନ ହେବାକୁ ପଡ଼ିବ“ ବୋଲି ଦ୍ୱିତୀୟ ଟି୨୦ ପରାଜୟ ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରକାଶ କରିଥିଲେ। ଟିମ୍‌ କମ୍ବିନେଶନ ଦେଖିବାକୁ ଗଲେ ଭାରତର ବ୍ୟାଟିଂ ଲାଇନ୍‌ଅପ୍‌ ବେଶ୍‌ ଲମ୍ବା। ଅକ୍ଷର ପଟେଲ ୭ ନମ୍ବରରେ କ୍ରିଜ୍‌କୁ ଆସୁଛନ୍ତି। ତେଣୁ ଆଗାମୀ ମ୍ୟାଚ ପାଇଁ ଦଳରେ କୌଣସି ପରିବର୍ତ୍ତନର ବିଶେଷ ସମ୍ଭାବନା ନାହିଁ। ଆହତ ସମସ୍ୟା ଯୋଗୁ ଦ୍ୱିତୀୟ ମ୍ୟାଚରେ ଖେଳିପାରି ନ ଥିବା ଇନ୍‌-ଫର୍ମ ସ୍ପିନର କୁଲଦୀପ ଯାଦବ ଉପଲବ୍ଧ ହେଉଛନ୍ତି କି ନାହିଁ ତା’ ଉପରେ ନଜର ରହିବ। ଗତ ମ୍ୟାଚରେ ଅକ୍ଷରଙ୍କ ବାମହାତୀ ସ୍ପିନ୍‌କୁ ଆଦୌ ବ୍ୟବହାର କରାଯାଇ ନ ଥିଲା। ୟୁଜବେନ୍ଦ୍ର ଚହଲ ଓ ରବି ବିଷ୍ଣୋଇଙ୍କୁ ନିକୋଲସ ପୁରନ ସହଜରେ ଖେଳିଥିଲେ। ତେଣୁ ଭାରତୀୟ ସ୍ପିନରଙ୍କୁ ପୁରନଙ୍କୁ ରୋକିବା ପାଇଁ ଉପାୟ ବାହାର କରିବାକୁ ହେବ।
ଦ୍ୱିତୀୟ ଟି୨୦ରେ ହାର୍ଦ୍ଦିକ ଓ ଅର୍ଶଦୀପ ସିଂ ନୂଆ ବଲ୍‌କୁ ସୁଇଂ କରିବାରେ ସକ୍ଷମ ହୋଇଥିଲେ। ଆଗାମୀ ମ୍ୟାଚରେ ଏହାର ପୁନରାବୃତ୍ତି ହେବା ଆଶା ରହିବ। ଚହଲ ଦୀର୍ଘ ୨ ମାସ ପରେ ଖେଳୁଥିଲେ ହେଁ ସିରିଜରେ ପ୍ରଭାବୀ ହୋଇପାରିଛନ୍ତି। ମାତ୍ର ରବି ବିଷ୍ଣୋଇଙ୍କ କ୍ରମାଗତ ଗୁଗ୍‌ଲି ଘରୋଇ ବ୍ୟାଟରଙ୍କ ଉପରେ ଚାପ ପକାଇ ପାରି ନ ଥିଲା। ସେ ନିଜ ଯୋଜନା ସମ୍ପର୍କରେ ଚିନ୍ତା କରିବେ ନିଶ୍ଚିତ। ଦ୍ରୁତ ବୋଲର ମୁକେଶ କୁମାର ଅଧିକ ରନ ଦେଇଥିବାରୁ ତାଙ୍କ ସ୍ଥାନରେ ଆଭେଶ ଖାଁ କିମ୍ବା ଉମ୍ରାନ ମଲିକଙ୍କୁ ସୁଯୋଗ ମିଳିପାରେ।
ଅନ୍ୟପକ୍ଷରେ ଓ୍ବେଷ୍ଟଇଣ୍ଡିଜ ବୃହତ୍‌ ବ୍ୟବଧାନରେ ସିରିଜ ବିଜୟ ଦ୍ୱାରରେ ପହଞ୍ଚତ୍ ଯାଇଛି। ଭାରତ ପରି ଓ୍ବେଷ୍ଟଇଣ୍ଡିଜ ଟପ୍‌ ଅର୍ଡର ମଧ୍ୟ କ୍ଲିକ୍‌ କରିନାହାନ୍ତି। ଗତ ମ୍ୟାଚରେ ପୁରନ ଦଳକୁ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଆଗାମୀ ମ୍ୟାଚରେ ମଧ୍ୟ ପୁରନ ଓ ଶିମରନ ହେଟମେର ଭାରତୀୟ ସ୍ପିନରଙ୍କୁ ଉପଯୁକ୍ତ ମୁକାବିଲା କରନ୍ତୁ ବୋଲି ଘରୋଇ ଦଳ ଚାହିଁବ। ତେବେ ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଫଳରେ ଭାରତୀୟ ବ୍ୟାଟର ବଡ଼ ସ୍କୋର କରିପାରି ନାହାନ୍ତି। ଘରୋଇ ଦଳ ସିରିଜ ବିଜୟ ଲକ୍ଷ୍ୟରେ ରହିଥିବା ଏହାର ଅଧିନାୟକ ରୋଭମାନ ପଓ୍ବେଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri