ଋଷରୁ କମ୍‌ ଦରରେ ଗହମ କିଣିବ ଭାରତ

ନୂଆଦିଲ୍ଲୀ,୧୮।୮: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ଏବଂ ଚଳିତ ବର୍ଷ ଶେଷରେ ହେବାକୁ ଥିବା ଅନେକ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦରଦାମ ନିୟନ୍ତ୍ରଣ ପାଇଁ ଋଷରୁ କମ ଦରରେ ଖାଦ୍ୟ ଶସ୍ୟ କିଣିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି।

ଋଷରୁ କମ ଦରରେ ଗହମ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର। ପ୍ରାୟ ୯୦ଲକ୍ଷ ଟନ ଗହମ ଆମଦାନୀ କରିବାକୁ ସରକାର ସ୍ଥିର କରିଛନ୍ତି। ଏଥିପାଇଁ ସରକାର ଉଭୟ ବେସରକାରୀ କ୍ଷେତ୍ର ବ୍ୟବସାୟୀ ଏବଂ ସରକାରୀ ସଂସ୍ଥା ସହ ଆଲୋଚନା କରୁଛନ୍ତି।

Share