Categories: ଖେଳ

ଫାଇନାଲରେ ଭାରତ

ଭୁବନେଶ୍ୱର, ୨୭।୫, (କ୍ରୀଡ଼ା ପ୍ରତିନିଧି): ନେପାଳର କାଠମାଣ୍ଡୁରେ ଚାଲିଥିବା ଏନ୍‌ଏସ୍‌ସି କାଭା (ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏଶନ) ମହିଳା ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌ର ଫାଇନାଲରେ ଭାରତ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ୩-୦ (୨୫-୧୭, ୨୫-୨୦, ୨୫-୧୫) ସେଟ୍‌ରେ ଉଜବେକିସ୍ତାନକୁ ହରାଇ ଦେଇଛି। ଭାରତ ପକ୍ଷରୁ ବ୍ଲକର ଅଶ୍ୱିନ ଓ ସୋର୍ଯ୍ୟା, ଆଟାକର ଅନୁଶ୍ରୀ ଏବଂ ସେଟର ଜିନି ଚମତ୍କାର ପ୍ରଦର୍ଶନ କରିଥିଲେ। ନେପାଳ ଓ କାଜାଖସ୍ତାନ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ହେବ। ଏହାର ବିଜେତାକୁ ଭାରତ ୨୮ ତାରିଖରେ ଫାଇନାଲରେ ଭେଟିବ। ଗତ ବୁଧବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ପ୍ରିଲିମିନାରି ଲିଗ୍‌ ମ୍ୟାଚରେ ଆୟୋଜକ ନେପାଳକୁ ୩-୧ (୨୫-୧୨, ୨୬-୨୪, ୨୧-୨୫, ୨୫-୨୧) ସେଟ୍‌ରେ ହରାଇ ଭାରତ ପୁଲ୍‌-ଏ’ରେ ଶୀର୍ଷସ୍ଥାନ ଅଧିକାର କରିବା ସହ ସେମିଫାଇନାଲରେ ପ୍ରବେଶ କରିଥିଲା।

Share