Categories: ଖେଳ

ଫାଇନାଲରେ ଭାରତ

ସାଲାଲା (ଓମାନ), ୧।୬: ଏଠାରେ ଚାଲିଥିବା ଏସିଆ କପ୍‌ ଜୁନିୟର ହକି ଟୁର୍ନାମେଣ୍ଟର ଫାଇନାଲରେ ଭାରତ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ବବିଂ ସିଂଙ୍କ ହ୍ୟାଟ୍ରିକ ଗୋଲ ବଳରେ ଦକ୍ଷିଣ କୋରିଆକୁ ୯-୧ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ଧାମି ୩୧, ୩୯ ଓ ୫୫ତମ ମିନିଟରେ ୩ଟି ଗୋଲ ଦେଇଥିବାବେଳେ ସୁନୀତ ଲାକ୍ରା ୧୩, ଅରଜିତ ସିଂ ହୁଣ୍ଡାଲ ୧୯, ଅଙ୍ଗଦ ବୀର ସିଂ ୩୪, ଅଧିନାୟକ ଉତ୍ତମ ସିଂ ୩୮, ବିଷ୍ଣୁକାନ୍ତ ସିଂ ୫୧, ଶାରଦା ନନ୍ଦ ତିଓ୍ବାରୀ ୫୭ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। କୋରିଆର କ୍ୟୋନୟେଇ ହ୍ବାଙ୍ଗ ୪୬ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ କୋରିଆ କଡ଼ା ଚ୍ୟାଲେଞ୍ଜ ଦେଇଥିଲା। ମାତ୍ର ଦ୍ୱିତୀୟାର୍ଦ୍ଧରେ ଭାରତ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା। ଗୁରୁବାର ଫାଇନାଲ ଅନୁଷ୍ଠିତ ହେବ।

Share