Categories: ଖେଳ

ଭାରତ ସେମିଫାଇନାଲରେ

କାକାମିଗାହାରା(ଜାପାନ), ୯ା୬: ଭାରତୀୟ ଜୁନିୟର ମହିଳା ହକି ଦଳ ଏସିଆ କପ୍‌ ସେମିଫାଇନାଲରେ ପ୍ରବେଶ କରିଛି। ଦଳ ଅନ୍ତିମ ପୁଲ୍‌ ମ୍ୟାଚରେ ଚାଇନିଜ ତାଇପେକୁ ୧୧-୦ ଗୋଲ୍‌ରେ ପରାସ୍ତ କରିଛି। ଏହି ବିଜୟ ଦ୍ୱାରା ଦଳ ପୁଲ୍‌ ‘ଏ’ରେ ଅପରାଜେୟ ରହିବା ସହ ଶୀର୍ଷ ସ୍ଥାନ ବଜାୟ ରଖିଛି। ଭାରତ ୩ଟି ଗେମ୍‌ ଜିତିଥିବା ବେଳେ ଗୋଟିଏ ଡ୍ର ରଖିପାରିଛି। ଭାରତ ପକ୍ଷରୁ ଅନୁ (୧୦ମ ଓ ୫୨ତମ ମିନିଟ) ଓ ସୁନେଲିତା ଟପ୍ପୋ (୪୩ ତମ ଓ ୫୭ ତମ) ଦୁଇଟି ଲେଖାଏ ଗୋଲ ସ୍କୋର କରିଥିବା ବେଳେ ବୈଷ୍ଣବୀ ବିଥାଲ ଫାଲ୍‌କେ (ପ୍ରଥମ ମିନିଟ), ଦୀପିକା (୩ୟ), ଋତୁଜା ଦାଦାସୋ ପିସାଲ (୧୨ଶ), ନୀଲମ (୧୯ତମ), ମଞ୍ଜୁ ଛୋରିଆ (୩୩ତମ), ଦୀପିକା ସୋରେଙ୍ଗ୍‌ (୪୬ତମ) ଓ ମମ୍‌ତାଜ (୫୫ତମ) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ। ଭାରତ ଏହି ମ୍ୟାଚରେ ଆରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଭାରତ ଶନିବାର ସେମିଫାଇନାଲରେ ଜାପାନ କିମ୍ବା କାଜାଖସ୍ତାନକୁ ଭେଟିବ।

Share