Categories: ଖେଳ

ବିଶ୍ୱକପ୍‌ରେ ଭାରତ

ହକି ବିଶ୍ୱକପରେ ଭାରତ ଥରେ ଚାମ୍ପିୟନ ହୋଇଛି। ମାଲେସିଆର କୁଆଲାମ୍ପୁରଠାରେ ଅନୁଷ୍ଠିତ ବିଶ୍ୱକପର ତୃତୀୟ ସଂସ୍କରଣରେ ଭାରତ ପିନ୍ଧିଥିଲା ବିଜୟ ମୁକୁଟ। ଏହା ବ୍ୟତୀତ ୧୯୭୩ ବିଶ୍ୱକପରେ ଭାରତ ରନରଅପ୍‌ ହୋଇଥିବାବେଳେ ୧୯୭୧ ପ୍ରଥମ ସଂସ୍କରଣରେ ତୃତୀୟ ସ୍ଥାନ ଅଧିକାର କରିଥିଲା। ମାତ୍ର ପରେ ଭାରତ ଆଉ ସେହି ସଫଳତା ଦୋହରାଇ ପାରିନାହିଁ। ୧୯୭୮ରୁ ୨୦୧୪ ପର୍ଯ୍ୟନ୍ତ ଦଳର ଅଭିଯାନ ଗ୍ରୁପ୍‌ ପର୍ଯ୍ୟାୟରୁ ହିଁ ଶେଷ ହୋଇଥିଲା। ରେକର୍ଡ ଅନୁସାରେ ଦଳ ୧୯୭୮ରେ ଷଷ୍ଠ, ୧୯୮୨ରେ ପଞ୍ଚମ, ୧୯୮୬ରେ ଦ୍ୱାଦଶ, ୧୯୯୦ରେ ଦଶମ, ୧୯୯୪ରେ ପଞ୍ଚମ, ୧୯୯୮ରେ ନବମ, ୨୦୦୨ରେ ଦଶମ, ୨୦୦୬ରେ ଏକାଦଶ, ୨୦୧୦ରେ ଅଷ୍ଟମ ଓ ୨୦୧୪ରେ ୯ମ ସ୍ଥାନରେ ରହିଥିଲା। ୨୦୧୮ରେ ଘରୋଇ ପରିବେଶରେ ଭୁବନେଶ୍ୱରରେ ଅନୁଷ୍ଠିତ ଟୁର୍ନାମେଣ୍ଟରେ ମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଭାରତ ଗ୍ରୁପ୍‌ ପର୍ଯ୍ୟାୟ ଅତିକ୍ରମ କରି କ୍ୱାର୍ଟର ଫାଇନାଲ ଖେଳିଥିଲା। ମାତ୍ର ସେଠାରେ ନେଦରଲାଣ୍ଡ୍ସଠାରୁ ହାରି ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ଆଗାମୀ ବିଶ୍ୱକପରେ ଦଳ ପୂର୍ବ ସଂସ୍କରଣ ଅପେକ୍ଷା ଭଲ ପ୍ରଦର୍ଶନ କରିବ ବୋଲି ଓଡ଼ିଶାବାସୀ ଆଶା ରଖିଛନ୍ତି।

Share