Categories: ଖେଳ

ଆଜି ଭାରତ-ଆୟାର୍ଲାଣ୍ଡ ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଡବ୍‌ଲିନ୍‌୍‌,୨୩।୮: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ୨ଟି ମ୍ୟାଚରେ ଭାରତୀୟ ଦଳ ୨-୦ରେ ଅଗ୍ରଣୀ ହାସଲ କରିଛି। ବର୍ତ୍ତମାନ ଜସପ୍ରୀତ ବୁମ୍‌ରାଙ୍କ ଅଧିନାୟକତ୍ୱରେ ସିରିଜର ତୃତୀୟ ମ୍ୟାଚ ଜିତି ଟିମ ଇଣ୍ଡିଆ ଏକ କ୍ଲିନ୍‌ସୁଇପ୍‌ ଉପରେ ନଜର ରଖିଛି।
ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ। ଏହି ମ୍ୟାଚ ଡବଲିନ ଗ୍ରାଉଣ୍ଡରେ ଖେଳାଯିବ। ଭାରତରେ ଏହି ମ୍ୟାଚ ସ୍ପୋର୍ଟସ ୧୮ ଚ୍ୟାନେଲରେ ଟିଭିରେ ସିଧା ପ୍ରସାରଣ ହେବ। ଏଥି ସହିତ ଜିଓ ସିନେମା ଆପ ଅନ୍‌ଲାଇନ ଲାଇଭ ଷ୍ଟ୍ରିମିଂ କରାଯିବ।

Share