Categories: ବାଣିଜ୍ୟ

ପରଚେଜିଂ ପାଓ୍ବାରରେ ବାଂଲାଦେଶଠାରୁ ୧୧ ଗୁଣ ବଡ଼ ଭାରତ ଜିଡିପି

ନୂଆଦିଲ୍ଲୀ: ୨୦୧୯ ଡାଟା ମୁତାବକ ପରଚେଜିଂ ପାଓ୍ବାର ପ୍ୟାରିଟି(ପିପିପି)ରେ ବାଂଲାଦେଶଠାରୁ ଭାରତର ଜିଡିପି ପ୍ରାୟ ୧୧ ଗୁଣ ବଡ। ଆଇଏମ୍‌ଏଫ୍‌ର ମୁଣ୍ଡପିଛା ଜିଡିପି ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ଜଣେ ବରିଷ୍ଟ ସରକାରୀ ଅଧିକାରୀ ଏଭଳି ମତ ପ୍ରକାଶ କରିଛନ୍ତି। ସେହିଭଳି ଆଇଏମ୍‌ଏଫ୍‌ର ଆକଳନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସରକାର ଗତ ୬ ବର୍ଷ ମଧ୍ୟରେ କିଭଳି ବଡ ସଫଳତା ପାଇଛନ୍ତି ତାହା ଏବେ ଦେଖାଯାଉଛି। ଭାଜପାର ଘୃଣା ଭରା ସାଂସ୍କୃତିକ ଜାତୀୟତାବାଦ ଯୋଗୁ ବାଂଲାଦେଶ ଭାରତକୁ ମୁଣ୍ଡ ପିଛା ଜିଡିପିରେ ଟପିବାକୁ ଯାଉଛି।

Share