Categories: ଜାତୀୟ

ଟିକାକରଣରେ ଭାରତ ଆଗରେ

ନୂଆଦିଲ୍ଲୀ, ୬।୨: କରୋନା ମହାମାରୀ ବିରୋଧରେ ଭାରତରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ପୃଥିବୀରେ ଟିକାକରଣ କ୍ଷେତ୍ରରେ ଭାରତ ଆଗୁଆ ରହିଛି। ଦେଶରେ ୨୧ ଦିନ ମଧ୍ୟରେ ୫୨ ଲକ୍ଷ ୯୦ ହଜାର ୪୭୪ ଜଣ ଲୋକଙ୍କୁ ଟିକାଦାନ କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଭାରତ ଏହି ସଫଳତା ହାସଲ କରିଛି। ଆମେରିକାରେ ୨୪ ଦିନରେ ୫୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଥିବାବେଳେ ଏହି ସଂଖ୍ୟା ଛୁଇଁବା ପାଇଁ ବ୍ରିଟେନ୍‌କୁ ୪୩ ଦିନ ଏବଂ ଇସ୍ରାଏଲ୍‌କୁ ୪୫ ଦିନ ସମୟ ଲାଗିଛି। ଟିକା ନେବା ପରେ ବର୍ତ୍ତମାନ ସୁଦ୍ଧା ୨୭ ଜଣଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ମୃତକଙ୍କ ମଧ୍ୟରେ ଟିକା ପ୍ରଭାବରୁ କାହାର ମୃତ୍ୟୁ ଘଟି ନ ଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଭାରତରେ ଜାନୁୟାରୀ ୧୬ରୁ ସାର୍ବଜନୀକ ଟିକାକରଣ ଆରମ୍ଭ ହୋଇଛି।

Share