Categories: ଜାତୀୟ

କ୍ଷେତ୍ରୀୟ ଅଖଣ୍ଡତା ବଜାୟ ରଖିବା ପାଇଁ ଭାରତ ସର୍ବଦା ପ୍ରସ୍ତୁତ: ରାଜନାଥ

ବେଙ୍ଗାଲୁରୁ, ୩।୨: କ୍ଷେତ୍ରୀୟ ଅଖଣ୍ଡତା ବଜାୟ ରଖିବା ପାଇଁ ଭାରତ ସର୍ବଦା ପ୍ରସ୍ତୁତ ରହିଛି। ଦେଶବାସୀଙ୍କ ସୁରକ୍ଷା ଲାଗି ଯେ କୌଣସି ସ୍ଥିତିର ମୁକାବିଲା କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଏରୋ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ଏୟାର ଶୋରେ ଯୋଗଦେଇ କହିଛନ୍ତି। ଭାରତ ଏକାଦିକ୍ରମେ ଏକାଧିକ କ୍ଷେତ୍ରରେ ଯୁଦ୍ଧ ଲଢୁଛି। ଆତଙ୍କବାଦ ବିରୋଧରେ ଭାରତ ଯୋଜନାବଦ୍ଧ ଭାବେ ଲଢ଼େଇ ଜାରି ରଖିଛି। ସୀମାପାର୍‌ ଆତଙ୍କବାଦ ଦେଶ ପାଇଁ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ତେବେ ଭାରତ ସତର୍କତା ସହିତ ଏହାର ମୁକାବିଲା କରୁଥିବା ସେ କହିଛନ୍ତି।

Share