କେନ୍ଦୁଝରରେ ଭାରତ ବନ୍ଦ

କେନ୍ଦୁଝର,୨୭ା୯(ସ୍ବ.ପ୍ର.): ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଡାକରା ଦିଆଯାଇଥିବା ଭାରତ ବନ୍ଦ କେନ୍ଦୁଝର ଜିଲାରେ ଶାନ୍ତପୂର୍ଣ୍ଣ ଭାବରେ ଆରମ୍ଭ ହୋଇଛି। କେନ୍ଦୁଝରରେ ଏନ୍‌ଏଚ୍‌ ୪୯ ଗାନ୍ଧିଛକରେ ଏଆଇଟିୟୁସି, ସିଟୁ, ସିପିଆଇ, ସିପିଏମ, କଂଗ୍ରେସ, ନବ ନିର୍ମାଣ କୃଷକ ସଙ୍ଗଠନ, କୃଷକ ସଭା ଆଦି ସାମିଲ ହୋଇଛନ୍ତି। ଜିଲାର ବିଭିନ୍ନ ସ୍ଥାନରେ ରାସ୍ତାରୋକୋ, ପିକେଟିଂ କରି ବନ୍ଦ ଆରମ୍ଭ ହୋଇଛି। ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ଅରୁଣ ଦାସ, ପୂର୍ଣ୍ଣଚନ୍ଦ୍ର ରାଉତ, ଭବାନୀ ଶଙ୍କର ମହାନ୍ତ, ଯତୀନ୍ଦ୍ର ପଣ୍ଡା, ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଅନେକ ଅଞ୍ଚଳରେରେ ଦୋକାନ ବଜାର ଓ ଅଫିସ ଖୋଲା ରହିଥିଲା। ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ରାସ୍ତାରେ ଯାତାୟାତ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଖଣି କାର୍ଯ୍ୟ ଓ ପରିବହନ ବାଧାପ୍ରାପ୍ତ ହୋଇଛି।

Share