କେନ୍ଦୁଝର,୨୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଛି। ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯାଇଥିବାରୁ ଯାତାୟାତ ବ୍ୟାହତ ହୋଇଛି। ଦୋକାନ ବଜାର ବନ୍ଦ ରହିଛି। କେନ୍ଦୁଝର ଜିଲା ମୁଖ୍ୟାଳୟରେ ଅଲ୍ ଇଣ୍ଡିଆ କୃଷକ ସଙ୍ଗଠନ, ଅଲ୍ ଇଣ୍ଡିଆ କ୍ଷେତ ମଜଦୁର ସଙ୍ଗଠନ, ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ବୟ ସମିତି ସାମିଲ ଅଛନ୍ତି।