Categories: ଜାତୀୟ

ମୋଦିଙ୍କୁ ନୁହେଁ ଭାରତକୁ ମିଳୁଛି ସମ୍ମାନ, ଦେଶକୁ ଫେରି ପୁଣି କୁହନ୍ତି ହିନ୍ଦୁ-ମୁସଲମାନ: ମେହବୁବା…

ଶ୍ରୀନଗର,୨୪।୬ : ବିହାରର ପାଟନାରେ ବିରୋଧୀ ଦଳର ସାଧାରଣ ସଭା ପରେ ପିଡିପର ମୁଖ୍ୟ ମେହବୁବା ମୁଫତି ଏକତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ନୀତୀଶ କୁମାରଙ୍କ ପ୍ରତି ମୁଁ ବହୁତ କୃତଜ୍ଞ। ଯଦି ବିରୋଧୀ ଆଜି ଏକଜୁଟ ନ ହେବେ, ତେବେ ପରେ ବିରୋଧୀ ଦଳ ଶେଷ ହୋଇଯିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେତେବେଳେ ପ୍ରଧାନମନ୍ତ୍ରୀ ଦେଶ ବାହାରକୁ ଯାଆନ୍ତି, ସେତେବେଳେ ସେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଆଗରେ ନତମସ୍ତକ ହୁଅନ୍ତି, କିନ୍ତୁ ଯେତେବେଳେ ସେ ଦେଶକୁ ଫେରନ୍ତି, ସେତେବେଳେ ହିନ୍ଦୁ ଏବଂ ମୁସଲମାନ କହିବା ଆରମ୍ଭ କରନ୍ତି। ତାଙ୍କୁ ବାହାରେ ମିଳିଥିବା ସମ୍ମାନ, ଏହା ତାଙ୍କ ପାଇଁ ନୁହେଁ ଏହା ଭାରତ ପାଇଁ ଉଦ୍ଦିଷ୍ଟ।

ମୋଦି ବିଦେଶ ଗସ୍ତରେ ଯାଇ ନିଜ ପ୍ରଶଂସା ନିଜେ କରନ୍ତି। ତାଙ୍କ ବିଷୟରେ ଆଲୋଚନା କରୁଥିବା ଖବରଦାତାଙ୍କୁ ଜେଲରେ ରଖାଯାଇଛି। ଯଦି ଏହି ଦେଶକୁ ବଞ୍ଚାଇବାକୁ ପଡିବ ତେବେ ବିରୋଧୀଙ୍କୁ ଏକାଠି ହେବାକୁ ପଡିବ। ଆଜି ଆମର କୁସ୍ତି ଯୋଦ୍ଧା ଝିଅମାନେ ଯନ୍ତର ମନ୍ତରରେ ଧାରଣାରେ ବସିଛନ୍ତି। କିନ୍ତୁ ଯିଏ ଅଭିଯୁକ୍ତ ବାହାରେ ସେ ମୁକ୍ତ ଭାବେ ବୁଲୁଛନ୍ତି।

ଏହା ସହିତ ସେ କହିଛନ୍ତି ମୁଁ ଭାବୁଛି କଂଗ୍ରେସ ଏକ ବଡ଼ ଯାହାକୁ ନେଇ ସମସ୍ତେ ଏକାଠି ହୋଇଛନ୍ତି। ଆମର ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ଅଛି, କିନ୍ତୁ ଗୋଟିଏ ଲକ୍ଷ୍ୟ ନେଇ ଆମେ ଏକଜୁଟ ହୋଇଛୁ।

Share