ଖାଦ୍ୟ ପଠାଇବାରେ ଭାରତ ନଂ ୧

ସାଓ ପାଉଲୋ,୭।୧୨: ଆରବ ଦେଶକୁ ଖାଦ୍ୟ ଯୋଗାଇବାରେ ବ୍ରାଜିଲକୁ ପଛରେ ପକାଇ ଦେଇଛି ଭାରତ। ୧୫ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଏହି ଦୌଡ଼ରେ ଶୀର୍ଷରେ ପହଞ୍ଚିଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଅନ୍ତର୍ଜାତୀୟ ବ୍ୟବସାୟରେ ଏଭଳି ପରିବର୍ତ୍ତନ ଆସିଥିବା ଦର୍ଶାଇଛି ଆରବ-ବ୍ରାଜିଲ ଚାମ୍ବର ଅଫ୍‌ କମର୍ସର ରିପୋର୍ଟ।

ଅନ୍ତର୍ଜାତୀୟ ବ୍ୟବସାୟରେ ବ୍ରାଜିଲ ପାଇଁ ଆରବ ଦେଶ ସମୂହ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଗ୍ରାହକ। କିନ୍ତୁ ମହାମାରୀ ଯୋଗୁ ବ୍ରାଜିଲ ସହ ପ୍ରାୟ ଆରବ ଦେଶ ବ୍ୟବସାୟ କରୁ ନାହାନ୍ତି।

ଗତବର୍ଷ ୨୨ ଆରବ ଦେଶକୁ କୃଷିଜାତୀୟ ଦ୍ରବ୍ୟ ପଠାଇବାରେ ବ୍ରାଜିଲ ୮.୧୫% ବ୍ୟବସାୟ କରିଛି। େsକାଭିଡ୍‌-୧୯ କଟକଣା ଯୋଗୁ ଦେଶର ଶିପମେଣ୍ଟକୁ ସୌଦି ଆରବରେ ପହଞ୍ଚିବାକୁ ୩୦ ଦିନ ବଦଳରେ ଏବେ ଲାଗୁଛି ୬୦ ଦିନ। ଏହାର ପୂରା ଫାଇଦା ଭାରତକୁ ମିଳିଛି। ୮.୨୫% ସହ ଏହି ବ୍ୟବସାୟ ଉପରେ କବଜା କରି ନେଇଛି ଭାରତ। ଫଳରେ ଭଙ୍ଗ ହୋଇଛି ୧୫ ବର୍ଷ ଧରି ଚାଲି ଆସିଥିବା ଧାରା। ଭାରତ ଶୀର୍ଷକୁ ଉଠିବା ପଛରେ ଆଉ ଏକ ବଡ଼ କାରଣ ହେଉଛି ଅନ୍ୟ ବୃହତ ରପ୍ତାନିକାରୀ ଦେଶମାନଙ୍କ ମଧ୍ୟରେ ଚାଲିଥିବା ବିବାଦ। ବର୍ତ୍ତମାନ ପାରମ୍ପାରିକ ଶିପିଂ ରୁଟ୍ସକୁ ନେଇ ତ୍ରୁର୍କୀ, ଆମେରିକା, ଫ୍ରାନ୍ସ, ଆର୍ଜେଣ୍ଟିନା ମଧ୍ୟରେ ବିବାଦ ଚାଲିଛି।

Share