‘ନିଆଁ ସହ ଖେଳୁଛି ଭାରତ’

ଇସ୍‌ଲାମାବାଦ,୬ା୮:ଭାରତୀୟ ପାର୍ଲାମେଣ୍ଟରେ ଦୁଇବର୍ଷ ତଳେ ନିଆଯାଇଥିବା ନିଷ୍ପତ୍ତିକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଓ ସେନାମୁଖ୍ୟ ଜେନେରାଲ କମାର ଜାଭେଦ ବାଜ୍‌ଓ୍ବା ନିନ୍ଦା କରିଛନ୍ତି। ଇମ୍ରାନ୍‌ କହିଛନ୍ତି, ଭାରତର ଏକତରଫା ଓ ବେଆଇନ କାର୍ଯ୍ୟକୁ ଦୁଇବର୍ଷ ପୂରିଲା। ପାକିସ୍ତାନ ଏହାକୁ ‘ଶୋଷଣର ଦିବସ’ ଭାବେ ପାଳନ କରୁଛି। ଜମ୍ମୁ-କଶ୍ମୀରରେ ଭାରତର ଦମନଲୀଳା ବଢ଼ିଛି। କଶ୍ମୀରୀଙ୍କ ସମର୍ଥନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଆରିଫ୍‌ ଅଲ୍‌ଭି କହିଛନ୍ତି, ଭାରତ ଆଞ୍ଚଳିକ ଶାନ୍ତି ଓ ସ୍ଥିରତାକୁ ନଷ୍ଟ କରି ନିଆଁ ସହ ଖେଳୁଛି। ନୂଆଦିଲ୍ଲୀ ୨୦୧୯ ଅଗଷ୍ଟ ୫ ନିଷ୍ପତ୍ତି ପ୍ରତ୍ୟାହାର ନ କରିବା ଯାଏ ପାକିସ୍ତାନ ଭାରତ ସହ କୌଣସି ପ୍ରକାର ଆଲୋଚନା କରିବ ନାହିଁ।

Share