Categories: ଖେଳ

ଡବଲ୍ସରେ ଭାରତ ଚାମ୍ପିୟନ

ଭୁବନେଶ୍ୱର, ୯।୨(କ୍ରୀଡ଼ା ପ୍ରତିନିଧି): ଥାଇଲାଣ୍ଡର ସି-ରଚାଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମାଷ୍ଟର୍ସ ଗେମ୍ସର ଗେଟବଲ୍‌ ଡବଲ୍ସରେ ଭାରତ ଚାମ୍ପିୟନ ହୋଇଛି। ପ୍ରତିଯୋଗିତାରେ ଓଡିଶାର\ ୨ଟି ଦଳ ଓ ୫ ଜଣିଆ କ୍ଲାସିକ୍‌ ଟିମ୍‌ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ତିନୋଟି ଯାକ ଦଳ ନିଜ ବିଭାଗରେ କ୍ବାର୍ଟରଫାଇନାଲ ପର୍ଯ୍ୟନ୍ତ ଉନ୍ନୀତ ହୋଇଥିଲେ। ଶେଷରେ ଭାରତ-ଏ ଦଳ ଡବଲ୍ସରେ ଚାମ୍ପିୟନ ହୋଇଥିଲା। ଭାରତ-ଏ କ୍ବାର୍ଟରଫାଇନାଲରେ ଥାଇଲାଣ୍ଡ, ସେମିଫାଇନାଲରେ ଦକ୍ଷିଣ କୋରିଆ ଓ ଫାଇନାଲରେ ହଂକଂକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା ବୋଲି ଭାରତୀୟ ଗେଟବଲ ୟୁନିୟନ ସଭାପତି ଦୈପାୟନ ପଟ୍ଟନାୟକ ଓ ସମ୍ପାଦକ ଦିଲୀପ ଦାସ ଏକ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି। ଟାଇଟଲ ବିଜୟୀ ଭାରତୀୟ ଦଳର ସଦସ୍ୟମାନେ ହେଲେ ସତୀଶ ପୃଷ୍ଟି, ରଞ୍ଜନ ମିଶ୍ର ଓ ସମରେନ୍ଦ୍ର ମହାରଣା। ଭାରତୀୟ ଦଳର ଅନ୍ୟ ସଦସ୍ୟ ମାନେ ହେଲେ ବିଶ୍ବରଞ୍ଜନ ମିଶ୍ର, ଅଭିଷେକ ମହାନ୍ତି, ରଞ୍ଜନ ପାତ୍ର, ଗିରିଜା ଶଙ୍କର ଭଞ୍ଜ ଓ ରାଜେନ୍ଦ୍ର ମୁର୍ମୁ। ଟିମ୍‌ ମ୍ୟାନେଜର ଥିଲେ ବସନ୍ତ ମିଶ୍ର।

 

Share