Categories: ଜାତୀୟ

ଭାରତ ଚତୁର୍ଥ ସାମରିକ ଶକ୍ତି

ନୂଆଦିଲ୍ଲୀ,୧୭।୧: ଚଳିତବର୍ଷ ୧୪୫ ଦେଶର ସାମରିକ ସାମର୍ଥ୍ୟକୁ ନେଇ ର଼୍ୟାଙ୍କିଙ୍ଗ୍‌ ପ୍ରସ୍ତୁତ କରାଯାଇଛି। ଏହି ତାଲିକା ଅନୁଯାୟୀ ଆମେରିକା ବିଶ୍ୱର ସବୁଠୁ ଶକ୍ତିଶାଳୀ ସାମରିକ ଶକ୍ତି ହୋଇଥିବାବେଳେ ଏହା ପଛକୁ ରୁଷିଆ ଏବଂ ଚାଇନା ଅଛନ୍ତି। ଭାରତ ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଥିବା ଗ୍ଲୋବାଲ ଫାୟାରପାଓ୍ବାର ଓ୍ବେବ୍‌ସାଇଟ୍‌ରେ ଦର୍ଶାଯାଇଛି। ସୈନ୍ୟ ସଂଖ୍ୟା, ସାମରିକ ଉପକରଣ, ଆର୍ଥତ୍କ ସ୍ଥିରତା, ଭୌଗୋଳିକ ଉପସ୍ଥିତି ଏବଂ ଉପଲବ୍ଧ ସମ୍ବଳ ଆଦି ୬୦ରୁ ଊର୍ଦ୍ଧ୍ୱ ବିଷୟକୁ ଏକାଠି ବିଚାରକୁ ନିଆଯାଇ ଶକ୍ତି ସୂଚକାଙ୍କ ସ୍କୋର ନିର୍ଦ୍ଧାରଣ କରାଯାଇଥିଲା। ତାଲିକାର ପ୍ରଥମ ୧୦ଟି ସ୍ଥାନରେ ଆମେରିକା, ରୁଷିଆ, ଚାଇନା, ଭାରତ, ଦକ୍ଷିଣ କୋରିଆ, ବ୍ରିଟେନ, ଜାପାନ, ତୁର୍କୀ, ପାକିସ୍ତାନ ଏବଂ ଇଟାଲୀ ରହିଥିବାବେଳେ ନିମ୍ନ ଆଡୁ ୧୦ଟି ସ୍ଥାନରେ ଭୁଟାନ, ମୋଲଡୋଭା, ସୁରିନାମ୍‌, ସୋମାଲିଆ, ବେନିନ୍‌, ଲାଇବେରିଆ, ବେଲିଜ୍‌, ସିଏରା ଲିଓନ୍‌, ସେଣ୍ଟ୍ରାଲ ଆଫ୍ରିକାନ୍‌ ରିପବ୍ଲିକ୍‌ ଏବଂ ଆୟର୍ଲାଣ୍ଡ ରହିଛି। ସାମରିକ ସାମର୍ଥ୍ୟ କ୍ଷେତ୍ରରେ ଭୁଟାନ ସବୁଠୁ ଦୁର୍ବଳ ବୋଲି ତାଲିକାରେ ଦର୍ଶାଯାଇଛି।

Share