ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ବାନ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ୪ର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନ୍‌ଭେଷ୍ଟ)କୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏପରିକି ଏହି ୩ ଦିନିଆ ସମ୍ମିଳନୀ ଓ ପ୍ରଦର୍ଶନୀରେ ସରକାରୀ ଓ ବେସରକାରୀ ସଂସ୍ଥା (କମ୍ପାନୀ), ଷ୍ଟାର୍ଟଅପ୍‌ ଏବଂ ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକର ଅତ୍ୟାଧୁନିକ ଉଦ୍ଭାବନକୁ ପ୍ରଦର୍ଶିତ କରାଯାଇଛି। ସେହିଭଳି ଏହି ଶିଖର ସମ୍ମିଳନୀରେ ୨୦୦ ଗିଗାୱାଟ୍‌ରୁ ଅଧିକ ଅଣ-ଜୀବାଶ୍ମ ଇନ୍ଧନ କ୍ଷମତା ହାସଲ ସମ୍ପର୍କରେ ଭାରତର ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରାଯାଇଛି।
ଅପରପକ୍ଷରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ରି-ଇନ୍‌ଭେଷ୍ଟ ଶିଖର ସମ୍ମିଳନୀର ୪ର୍ଥ ସଂସ୍କରଣରେ ଯୋଗ ଦେଇଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ସେ ସ୍ବାଗତ କରିଥିଲେ ଏବଂ ଶକ୍ତି, ପ୍ରଯୁକ୍ତି ବିଦ୍ୟା ଏବଂ ନୀତିର ଭବିଷ୍ୟତ ଉପରେ ଆଗାମୀ ତିନି ଦିନ ମଧ୍ୟରେ ଗମ୍ଭୀର ଆଲୋଚନା ହେବ ବୋଲି ମୋଦି ବିଶ୍ୱାସ ବ୍ୟକ୍ତ କରିଥିଲେ। ଏପରିକି ଏହି ସମ୍ମିଳନୀରୁ ଆଲୋଚନା ଓ ଶିକ୍ଷା ଯୋଗୁ ସମଗ୍ର ମାନବଜାତି ଉପକୃତ ହେବ ଏବଂ ସଫଳ ଆଲୋଚନା ପାଇଁ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସେହିପରି ଗତ ୧୦୦ ଦିନ ମଧ୍ୟରେ ସବୁଜ ଶକ୍ତି କ୍ଷେତ୍ରର ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ୭୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପବନ ଶକ୍ତି ପ୍ରକଳ୍ପ ପାଇଁ ଏକ ଭୟାବିଲିଟି ଗ୍ୟାପ୍‌ ପାଣ୍ଠି ଯୋଜନା ଆରମ୍ଭ କରିବା ବିଷୟରେ ଉଲ୍ଲେଖ କରିଥିଲେ। ଆଗାମୀ ଦିନରେ ଭାରତ ୧୨,୦୦୦ କୋଟି ଟଙ୍କା ବ୍ୟୟରେ ୩୧,୦୦୦ ମେଗାୱାଟ୍‌ ଜଳ ବିଦ୍ୟୁତ୍‌ ଉତ୍ପାଦନ ଦିଗରେ କାର୍ଯ୍ୟ କରୁଛି ବୋଲି ମୋଦି କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ବିବିଧତା, ବ୍ୟାପକତା, ସାମର୍ଥ୍ୟ, କ୍ଷମତା ଏବଂ କାର୍ଯ୍ୟଦକ୍ଷତା ସବୁ ଅନନ୍ୟ ଏବଂ ବିଶ୍ୱସ୍ତରୀୟ ପ୍ରୟୋଗ ପାଇଁ ଭାରତର ସମାଧାନ ପାଇଁ ମାର୍ଗ ପ୍ରଶସ୍ତ କରିଛି, କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ବିଶ୍ୱାସ କରୁଛି ଯେ ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ବାନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବିଗତ ଏକ ମାସ ମଧ୍ୟରେ ଭାରତ ଦ୍ୱାରା ଆୟୋଜନ କରାଯାଇଥିବା ବିଶ୍ୱସ୍ତରୀୟ ଘଟଣା ବିଷୟରେ ବର୍ଣ୍ଣନା କରି ମୋଦି କହିଥିଲେ, ଗ୍ଲୋବାଲ ଫିନଟେକ୍‌ ଫେଷ୍ଟ ଚଳିତ ମାସ ପ୍ରାରମ୍ଭରେ ଆୟୋଜନ କରାଯାଇଥିଲା, ପ୍ରଥମ ଅନ୍ତର୍ଜାତୀୟ ସୌର ମହୋତ୍ସବ, ଅନ୍ତର୍ଜାତୀୟ ସେମିକଣ୍ଡକ୍ଟର ଶିଖର ସମ୍ମିଳନୀରେ ସାରା ବିଶ୍ୱର ଲୋକମାନେ ଅଂଶଗ୍ରହଣ କରିଥିଲେ, ଭାରତ ମଧ୍ୟ ଦ୍ୱିତୀୟ ଏସିଆ-ପ୍ରଶାନ୍ତ ମହାସାଗରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆୟୋଜନ କରିଥିଲା ଏବଂ ଆଜି ଭାରତ ସବୁଜ ଶକ୍ତିର ଏକ ସମ୍ମିଳନୀ ଆୟୋଜନ କରୁଛି। ଉଲ୍ଲେଖଯୋଗ୍ୟ, ଶ୍ୱେତ ବିପ୍ଳବ, ମିଠା (ମହୁ) ବିପ୍ଳବ, ସୌର ବିପ୍ଳବର ଆରମ୍ଭ ଦେଖିଥିବା ଗୁଜରାଟ ବର୍ତ୍ତମାନ ଚତୁର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଓ ପ୍ରଦର୍ଶନୀର ଆୟୋଜନ ଦେଖୁଥିବାରୁ ଏହା ଏକ ଖୁସିର ସୌଭାଗ୍ୟ ବୋଲି ମୋଦି କହିଥିଲେ। ଗୁଜରାଟ ଭାରତର ପ୍ରଥମ ରାଜ୍ୟ ଥିଲା, ଯେଉଁଠାରେ ନିଜର ସୌର ନୀତି ଥିଲା ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଏହା ପରେ ସୌରଶକ୍ତି ଉପରେ ଜାତୀୟ ନୀତି ଅନୁସରଣ କରାଗଲା ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ପ୍ୟାରିସରେ ଧାର୍ଯ୍ୟ ଜଳବାୟୁ ପ୍ରତିଶ୍ରୁତି ହାସଲ କରିବାରେ ଭାରତ ହେଉଛି ପ୍ରଥମ ଜି-୨୦ ରାଷ୍ଟ୍ର, ତାହା ମଧ୍ୟ ସମୟସୀମାର ୯ବର୍ଷ ପୂର୍ବରୁ, ମୋଦି ୨୦୩୦ସୁଦ୍ଧା ୫୦୦ଗିଗାୱାଟ ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ କରିବା ପାଇଁ ଦେଶର ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିଲେ ଏବଂ କହିଥିଲେ ସରକାର ସବୁଜ ପରିବର୍ତ୍ତନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଗୋଆର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

୮ ନିୟୁତ ଟନ୍‌କୁ ବୃଦ୍ଧିପାଇବ ଉତ୍ପାଦନ କ୍ଷମତା

ଯାଜପୁର,୧୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ସମ୍ପନ୍ନ ହେବାକୁ ଯାଉଛି। ଏହିକ୍ରମରେ ଏହାର ଉତ୍ପାଦନ କ୍ଷମତା...

ଭାରତରେ ବିଏମ୍‌ଡବ୍ଲ୍ୟୁ ରିଟେଲ ନେକ୍ସଟର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଭାରତରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପର ରିଟେଲ ନେକ୍ସଟ ଡିଲରଶିପ ଶୁଭାରମ୍ଭ ସମ୍ପର୍କରେ କମ୍ପାନୀର ଇଣ୍ଡିଆ ୟୁନିଟ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।...

କୁଲଦୀପ ଏଭରଗ୍ରୀନ୍‌ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,,୧୬।୯ (ଅଭୟ ଦାଶ): ଦେଶର ପ୍ରମୁଖ ଚା’ ବ୍ରାଣ୍ଡ୍‌ ତଥା ନେହା ଏଣ୍ଟରପ୍ରାଇଜର୍ସ ଦ୍ୱାରା ପ୍ରସ୍ତୁତ ଲୋକପ୍ରିୟ ଉତ୍ପାଦ ଏଭରଗ୍ରୀନ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ...

ନିବାଭ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଭାରତର ସର୍ବବୃହତ ଘରୋଇ ଲିଫ୍ଟ ବ୍ରାଣ୍ଡ୍‌ ନିବାଭ୍‌ ଲିଫ୍ଟର ନୂତନ ଉତ୍ପାଦ ‘ନିବାଭ୍‌ ସିରିଜ୍‌-୪ ହୋମ୍‌ ଲିଫ୍ଟ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri