ପୃଥିବୀକୁ କରୋନା ଟିକା ଯୋଗାଣରେ ଭାରତ ଆଗୁଆ, ସ୍ବୀକାର କଲା ଆମେରିକା…

ଓ୍ବାଶିଂଟନ,୨୬।୧୦ : କୋଭିଡ ମହାମାରୀ ସହ ଲଢ଼େଇ ସମୟରେ ଭାରତ ନିଜର ସାମର୍ଥ୍ୟକୁ ହୃଦୟଙ୍ଗମ କରିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ପୃଥିବୀକୁ କରୋନା ଟିକା ଯୋଗାଣରେ ଅଗୁଆ ରହିଥିଲା। ଏହାକୁ ଆମେରିକା ସ୍ବୀକାର କରିଛି। ହ୍ବାଇଟ ହାଉସ ପକ୍ଷରୁ ଭାରତର ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରାଯାଇଛି।

ଖବରଦାତାମାନଙ୍କୁ ସମ୍ବୋଧିତ କରି ହ୍ବାଇଟ ହାଉସର କରୋନା ଭାଇରସ ରେସପନ୍ସ ସଂଯୋଜକ ଡାକ୍ତର ଆଶିଷ ଝା କହିଛନ୍ତି ଯେ ଅବିଶ୍ୱସନୀୟ ଉତ୍ପାଦନ କ୍ଷମତା ଯୋଗୁ ଭାରତ ଟିକା ରପ୍ତାନିକାରୀ ହୋଇପାରିଛି। ଏକ ପ୍ରଶ୍ନର ଉତ୍ତରରେ ଆଶିଷ କହିଛନ୍ତି ଯେ କ୍ୱାଡ ଭାଗିଦାରୀରେ ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକା ମଧ୍ୟରେ ଥିବା ରଣନୀତିକ ସୁରକ୍ଷା ସଂଳାପରେ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ପାଇଁ କରୋନ ଭାଇରସ ଏକ ପ୍ରମୁଖ ପ୍ରସଙ୍ଗ ଥିଲା। ]

ସେ କହିଛନ୍ତି ଯେ ମୁଁ ଭାବୁଛି ଭାରତ ପୃଥିବୀ ପାଇଁ ଟିକାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ପାଦକ। ପ୍ରାୟ ୧୦୦ ଦେଶ କୋଭାକ୍ସ ମାଧ୍ୟମରେ ମାଗଣା ଟିକା ଗ୍ରହଣ କରିବାକୁ ଯୋଗ୍ୟ ଅଟନ୍ତି। ଆମେରିକାରେ ଚିହ୍ନଟ ହୋଇଥିବା କରୋନାର ସମସ୍ତ ଭାରିଆଣ୍ଟ ଦେଶ ବାହାରୁ ଆସିଥିଲା। ଏହା ଏକ ଭୁଲ ଚିନ୍ତାଧାରା ଯେ ଆମେ ଅନ୍ୟ ଦେଶମାନଙ୍କ ପାଇଁ କବାଟ ବନ୍ଦ କରିବା ଉଚିତ।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସମସ୍ତ ଦେଶରେ ଟିକାକରଣ କରାଯିବା ଜରୁରୀ। ଆମେରିକା ପୃଥିବୀ ସହିତ ଗଭୀର ଭାବରେ ଜଡିତ। ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ତୁଳନାରେ ବାଇଡେନ ବିଶ୍ୱ ସ୍ବାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଆମେରିକା ଏବଂ ପୃଥିବୀର ସୁରକ୍ଷା ପାଇଁ ୪.୦୨ ବିଲିୟନ ୟୁରୋର ସହାୟତା ଯୋଗାଇ ଦେଇଛି।

Share