ଜି-୨୦ର ସଫଳ ଆୟୋଜନକୁ ନେଇ ଭାରତକୁ ବିଶ୍ୱରେ ପ୍ରଶଂସା: ଆମେରିକା କହିଲା,ଏହା ଏକ ବଡ଼ ସଫଳତା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୨।୯: ଜି-୨୦ ଶିଖର ସମ୍ମିଳନୀକୁ ସଫଳତାର ସହ ଆୟୋଜନକୁ ନେଇ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। ଅଧିକାଂଶ ବିଶ୍ୱ ଗଣମାଧ୍ୟମ ଭାରତର ବଢୁଥିବା ଆଭିମୁଖ୍ୟକୁ ବିଶ୍ୱ ଦକ୍ଷିଣର ସ୍ବର ଭାବରେ ପ୍ରଶଂସା କରିଛନ୍ତି। ଜି-୨୦ ସମଗ୍ର ବିଶ୍ୱରେ ହେଡଲାଇନରେ ରହିଲା।
ଆମେରିକାର ପ୍ରସିଦ୍ଧ ଖବରକାଗଜ ୱାଶିଂଟନ ପୋଷ୍ଟ ବିଶ୍ୱର ସମସ୍ୟାର ସମାଧାନ ଏବଂ ସମସ୍ତ ବିକାଶମୂଳକ ତଥା ଭୌଗଳିକ ରାଜନୈତିକ ପ୍ରସଙ୍ଗରେ ଶତପ୍ରତିଶତ ସହମତି ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରୁଥିବାବେଳେ ଜି-୨୦ ଶିଖର ସମ୍ମିଳନୀରେ ଭାରତ ବିଭାଜିତ ବିଶ୍ୱଶକ୍ତିଙ୍କ ମଧ୍ୟରେ ବୁଝାମଣା କରିବା ମୋଦିଙ୍କ ପାଇଁ ଏକ ବଡ କୂଟନୈତିକ ବିଜୟ।
ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ନେତାଙ୍କ ସମ୍ମିଳନୀକୁ ଆମେରିକା ସମ୍ପୂର୍ଣ୍ଣ ସଫଳତା ବୋଲି ବର୍ଣ୍ଣନା କରିଛି। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ, ଏହା ଏକ ବଡ଼ ସଫଳତା ବୋଲି ଆମେ ବିଶ୍ୱାସ କରୁ। ଜି-୨୦ ଏକ ବଡ ସଂଗଠନ। ରୁଷିଆ ଏବଂ ଚାଇନା ଏହାର ସଦସ୍ୟ ଅଟନ୍ତି। ନୂଆଦିଲ୍ଲୀ ଘୋଷଣାନାମା ସର୍ବସମ୍ମତି କ୍ରମେ ପାସ୍‌ ହୋଇଛି। ଏହା ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସମ୍ମାନ କରିବାକୁ ଆହ୍ବାନ କରୁଛି।

Share