Categories: ଖେଳ

ଭାରତ-ଜାପାନ ସେମିଫାଇନାଲ ଆଜି

କାକାମିଗାହାରା (ଜାପାନ), ୧୦ା୬ (ପି.ଟି.): ଚଳିତ ଜୁନିୟର ମହିଳା ଏସିଆ କପ୍‌ ହକି ଚାମ୍ପିୟନଶିପ୍‌ର ସେମିଫାଇନାଲରେ ଭାରତ ଶନିବାର ଜାପାନକୁ ଭେଟିବ। ଟୁର୍ନାମେଣ୍ଟର ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ଅପରାଜେୟ ରହିଛି। ଦଳ ଉଜ୍‌ବେକିସ୍ତାନ, ମାଲେସିଆ ଓ ଚାଇନିଜ ତାଇପେକୁ ପରାସ୍ତ କରିଥିବା ବେଳେ କୋରିଆ ସହ ଡ୍ର’ ରଖି ପୁଲ୍‌ ‘ଏ’ ଟେବୁଲରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଶନିବାର ମ୍ୟାଚରେ ବିଜୟ ଦ୍ୱାରା ଦଳ କେବଳ ଫାଇନାଲରେ ପ୍ରବେଶ କରିବା ନୁହେଁ ଦଳ ଏଫ୍‌ଆଏଚ୍‌ ଜୁନିୟର ମହିଳା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବ। ଶ୍ରେଷ୍ଠ ୩ ଏଫ୍‌ଆଇଏଚ୍‌ ଜୁନିୟର ମହିଳା ବିଶ୍ୱକପ୍‌ ପାଇଁ ଆପେ ଯୋଗ୍ୟତା ଅର୍ଜନ କରିବେ।

Share