ଚେନ୍ନାଇ, ୧୬।୨ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ୩୧୭ ରନରେ ଜିତିବା ପରେ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଦ୍ୱିତୀୟ ସ୍ଥାନକୁ ଉଠିଛି। ଏହା ଦର୍ଶାଇଛି ସଦ୍ୟ ପ୍ରକାଶିତ ଡବ୍ଲ୍ୟୁଟିସି ର଼୍ୟାଙ୍କିଙ୍ଗ୍ ତାଲିକା। ର଼୍ୟାଙ୍କିଙ୍ଗ୍ର ଶୀର୍ଷରେ ରହିଛି କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ।
ଏହି ବିଜୟ ସତ୍ତ୍ୱେ ଡବ୍ଲ୍ୟୁଟିସି ଫାଇନାଲରେ ଭାରତୀୟ ଦଳର ସ୍ଥାନ ପକ୍କା ହୋଇନାହିଁ। ଲଡର୍ସଠାରେ ଖେଳାଯିବାକୁ ଟେଷ୍ଟ ମ୍ୟାଚ୍ରେ ଖେଳିବାକୁ ହେଲେ ଭାରତୀୟ ଦଳକୁ ସିରିଜ୍ର ବଳକା ଦୁଇ ଟେଷ୍ଟ ମଧ୍ୟରୁ ଗୋଟିଏ ବିଜୟ ଓ ଅନ୍ୟମ୍ୟାଚ୍କୁ ଡ୍ର’ କରିବାକୁ ପଡ଼ିବ। ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ତାଲିକାର ଚତୁର୍ଥ ସ୍ଥାନରେ ଥିଲା।