Posted inଜାତୀୟ

ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ-୨୦୨୨ ପ୍ରକାଶିତ: ପୋଲିସରେ ମାତ୍ର ୧୧.୭୫ ପ୍ରତିଶତ ମହିଳା…

ନୂଆଦିଲ୍ଲୀ,୪।୪ : ଇଣ୍ଡିଆ ଜଷ୍ଟିସ ରିପୋର୍ଟ -୨୦୨୨ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଜନସାଧାରଣଙ୍କ ନ୍ୟାୟ ପାଇବାକୁ ସ୍ଥିତିରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ତାଲିକାରେ କର୍ନାଟକ ପ୍ରଥମ ସ୍ଥାନରେ ରହିଛି। ଏହା ବ୍ୟତୀତ ଦକ୍ଷିଣ ଭାରତର ୩ଟି ରାଜ୍ୟ ଶ୍ରେଷ୍ଠ ପାଞ୍ଚରେ ଅଛନ୍ତି। ମଙ୍ଗଳବାର ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ ଦିଲ୍ଲୀ ଏବଂ ଚଣ୍ଡିଗଡ଼କୁ ଛାଡ଼ିଦେଲେ କରି କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଅଞ୍ଚଳ ନ୍ୟାୟପାଳିକା ପାଇଁ ବାର୍ଷିକ ଖର୍ଚ୍ଚର ଏକ ପ୍ରତିଶତରୁ ଅଧିକ ଖର୍ଚ୍ଚ କରନ୍ତି ନାହିଁ। ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ହାଇକୋର୍ଟରେ ୩୦ ପ୍ରତିଶତ ବିଚାରପତିଙ୍କ ଅଭାବ ରହିଛି।

ଡିସେମ୍ବର ୨୦୨୨ ସୁଦ୍ଧା ଦେଶରେ ପ୍ରତି ୧୦ ଲକ୍ଷ ଲୋକଙ୍କ ପାଇଁ ୧୯ ଜଣ ବିଚାରପତି ଥିବାବେଳେ ଏବଂ ୪.୮ କୋଟି ମାମଲାର ବିଚାରଧୀନ ରହିଛି। ୧୯୮୭ ମସିହାରୁ, ଆଇନ ଆୟୋଗ ପରାମର୍ଶ ଦେଇଛନ୍ତି ଯେ ଏକ ଦଶନ୍ଧି ପରେ ପ୍ରତି ଏକ ଲକ୍ଷ ଲୋକଙ୍କ ପାଇଁ ୫୦ ଜଣ ବିଚାରପତି ରହିବା ଉଚିତ। ଆଇଜେଆର ବିଭିନ୍ନ ପାରାମିଟରରେ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ସ୍ଥାନିତ କରିଛି ଯେପରିକି ନ୍ୟାୟପାଳିକାରେ ଖାଲିଥିବା ପଦବୀ, ବଜେଟ ଆବଣ୍ଟନ, ଭିତ୍ତିଭୂମି, ମାନବ ସମ୍ବଳ, ଆଇନ ସହାୟତା, କାରାଗାରର ଅବସ୍ଥା, ପୋଲିସ ଏବଂ ରାଜ୍ୟ ମାନବ ଅଧିକାର ଆୟୋଗର କାର୍ଯ୍ୟ।

ଏସବୁ ପରାମିଟର ଆଧାରରେ ୧ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୧୮ ଟି ବୃହତ ଏବଂ ମଧ୍ୟମ ଆକାରର ରାଜ୍ୟ ମଧ୍ୟରେ କର୍ନାଟକ ତାଲିକାର ଶୀର୍ଷରେ ଅଛି। ଏହା ପରେ ତାମିଲନାଡୁ, ତେଲେଙ୍ଗାନା, ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶ ରହିଛି। ଏକ କୋଟିରୁ କମ ଜନସଂଖ୍ୟା ବିଶିଷ୍ଟ ସାତୋଟି ଛୋଟ ରାଜ୍ୟ ତାଲିକାରେ ସିକିମ ଶୀର୍ଷରେ ରହିଛି। ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରା ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି। ରିପୋର୍ଟରେ ଦର୍ଶାଯାଇଛି ୧୪୦ କୋଟି ଲୋକଙ୍କ ପାଇଁ ଭାରତରେ ପ୍ରାୟ ୨୦,୦୭୬ ବିଚାରପତି ଅଛନ୍ତି। ଯେଉଁଥିରେ ପ୍ରାୟ ୨୨ ପ୍ରତିଶତ ମଞ୍ଜୁରୀପ୍ରାପ୍ତ ପଦବୀ ଖାଲି ଅଛି। ଯେଉଁଠାରେ ହାଇକୋର୍ଟରେ ୩୦ ପ୍ରତିଶତ ପଦବୀ ଖାଲି ଅଛି।

କେବଳ ୧୧.୭୫ ପ୍ରତିଶତ ମହିଳା ପୋଲିସରେ ନିୟୋଜିତ ଅଛନ୍ତି। ଗତ ଦଶନ୍ଧିରେ ସେମାନଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଥିବାବେଳେ। ପ୍ରାୟ ୨୯ ପ୍ରତିଶତ ଅଧିକାରୀ ପଦବୀ ଖାଲି ଅଛି। ପୋଲିସର ଜନସଂଖ୍ୟା ଅନୁପାତ ହେଉଛି ଲକ୍ଷ ପ୍ରତି ୧୫୨.୮। ଯେଉଁଠାରେ, ଅନ୍ତର୍ଜାତୀୟ ମାନକ ହେଉଛି ୨୨୨।

ଜେଲରେ ୧୩୦ ପ୍ରତିଶତରୁ ଅଧିକ କଏଦୀ ରହିଛନ୍ତି ଏବଂ ଦୁଇ ତୃତୀୟାଂଶରୁ ଅଧିକ କଏଦୀ (୭୭.୧ ପ୍ରତିଶତ) ବିଚାର ପ୍ରକ୍ରିୟାକୁ ଅପେକ୍ଷା କରିଛନ୍ତି।

ଆଇଜେଆର ରିପୋର୍ଟରେ ଉଲ୍ଲେଖ କରାଯାଇଛି, ଅଧିକାଂଶ ରାଜ୍ୟ କେନ୍ଦ୍ର ସେମାନଙ୍କୁ ଦେଇଥିବା ପାଣ୍ଠିକୁ ସମ୍ପୂର୍ଣ୍ଣରୂପେ ବ୍ୟବହାର କରିନାହାଁନ୍ତି ଏବଂ ପୋଲିସ, ଜେଲ ଏବଂ ନ୍ୟାୟପାଳିକା ଉପରେ ସେମାନଙ୍କ ବ୍ୟୟ ବୃଦ୍ଧି ରାଜ୍ୟ ଖର୍ଚ୍ଚ ବୃଦ୍ଧି ସହିତ ଗତି କରିନାହାନ୍ତି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ ମଦନ ବି ଲୋକୁର କହିଛନ୍ତି ଯେ ତୃତୀୟ ଆଇଜେଆର ରିପୋର୍ଟ ଦର୍ଶାଉଛି ବିବିଧତା, ତାଲିମ ଏବଂ ଭିତ୍ତିଭୂମି ଉପରେ ନୂତନ ଦିଗ ଯୋଡିବା କ୍ଷେତ୍ରରେ ପୂର୍ବ ଦୁଇଟି ରିପୋର୍ଟ ତୁଳନାରେ ରାଜ୍ୟଗୁଡ଼ିକ ଯଥେଷ୍ଟ ଉନ୍ନତି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଡୁଆ, ପୁଣି ପୋଲିସ ନିକଟରେ ହାଜର ହେବାକୁ ନୋଟିସ

ହାଇଦ୍ରାବାଦ,୨୩ା୧୨: ହାଇଦ୍ରାବାଦ ପୋଲିସ ସନ୍ଧ୍ୟା ଥିଏଟର ଦଳାଚକଟା ଘଟଣାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ନୂଆ ସମନ ଜାରି କରିଛି ହାଇଦ୍ରାବାଦ ଚିକ୍କଡପଲ୍ଲୀ ପୋଲିସ। ଘଟଣା ସମ୍ପର୍କରେ...

କୋର୍ଟରେ ବିଚାରପତିଙ୍କୁ ଚପଲ ଫିଙ୍ଗିଲେ ହତ୍ୟା ଅଭିଯୁକ୍ତ

ଠାଣେ,୨୩ା୧୨: ମହାରାଷ୍ଟ୍ର ଠାଣେ ଜିଲାର ଏକ ସେସନ୍ସ କୋର୍ଟରେ ଶନିବାର ଅପରାହ୍ନରେ ଶୁଣାଣି ବେଳେ ଜଣେ ୨୨ ବର୍ଷୀୟ ହତ୍ୟା ଅଭିଯୁକ୍ତ ବିଚାରପତିଙ୍କ ଉପରକୁ ଚପଲ...

କଟକଣା ହଟାଇଲେ କେନ୍ଦ୍ର ସରକାର: ଫେଲ୍‌ ହେଲେ ପରବର୍ତ୍ତୀ ଶ୍ରେଶୀକୁ ଯାଇ ପାରିବେ ନାହିଁ

ନୂଆଦିଲ୍ଲୀ,୨୩।୧୨: ଶିକ୍ଷାର ମାନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଥିଲା ବେଳେ ସୋମବାର ଆଉ ଏକ ନିୟମକୁ କଡ଼ାକଡ଼ି କରିଛନ୍ତି। ଏଣିକି ପଞ୍ଚମ...

ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି! ପୂରା ଖବର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୧୨: ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଛତିଶଗଡ଼ରୁ ଆସିଛି ଏଭଳି ଏକ ସଂଗୀନ ଅଭିଯୋଗ...

ଭାଜପାରେ ସାମିଲ ହେବେ ଛଗନ ଭୁଜବଳ? ଫଡନାଭିସଙ୍କୁ ଭେଟିବା ପଛରେ କ’ଣ ରହିଛି ରହସ୍ୟ ଜାଣନ୍ତୁ

ମୁମ୍ବାଇ,୨୩।୧୨: ମହାରାଷ୍ଟ୍ରରେ ମନ୍ତ୍ରଣାଳୟ ବିଭାଜନ ପରେ ମଧ୍ୟ ରାଜନନୈତିକ ଅସ୍ଥିରତା ଚରମ ସୀମାରେ ରହିଛି। କୌଣସି ବିଭାଗ ନ ପାଇ କ୍ରୋଧିତ ଏନସିପି ନେତା ଛଗନ...

ସଂସଦରେ ଠେଲାପେଲା ଘଟଣା: ଭାଜପାର ଦୁଇ ଏମ୍‌ପିଙ୍କୁ ହସ୍ପିଟାଲରୁ ମିଳିଲା ଛୁଟି

ନୂଆଦିଲ୍ଲୀ,୨୩।୧୨: ସଂସଦ କମ୍ପ୍ଲେକ୍ସରେ ବିରୋଧୀ ଓ ଏନଡିଏ ସଦସ୍ୟଙ୍କ ମଧ୍ୟରେ ନିକଟରେ ଝଗଡା ହୋଇଥିଲା। ଏହି ସମୟରେ ଦୁଇ ଭାଜପା ଏମପି ପ୍ରତାପ ଷଡଙ୍ଗୀ ଏବଂ...

ଆରଏସ୍‌ଏସ୍‌ ଆମର ଶାସକ ନୁହେଁ, ସଂଘ ମୁଖ୍ୟଙ୍କୁ ରାମଭଦ୍ରାଚାର୍ଯ୍ୟଙ୍କ ବାର୍ତ୍ତା

ନୂଆଦିଲ୍ଲୀ, ୨୩।୧୨: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ ନିକଟରେ କହିଥିଲେ ଯେ କେତେକ ଲୋକ ଅନୁଭବ କରୁଛନ୍ତି ଯେ ସେମାନେ...

ଭାରତ ଉପରେ ବାଂଲାଦେଶର ଆଉ ଏକ ବଡ଼ ଅଭିଯୋଗ

ଢାକା/ନୂଆଦିଲ୍ଲୀ,୨୩।୧୨: ବାଂଲାଦେଶ କ୍ରମାଗତ ଭାବରେ ଭାରତ ଉପରେ ନୂଆ ଅଭିଯୋଗ କରୁଛି। ବର୍ତ୍ତମାନ ବାଂଲାଦେଶର ଏକ ଅନୁସନ୍ଧାନ କମିଶନ ଦେଶରୁ ଲୋକ ନିଖୋଜ ହେବାରେ ଭାରତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri