କେପ ଟାଉନ,୨୩।୧: ପ୍ରଥମ ଦୁଇ ମ୍ୟାଚ୍ରେ ପରାଜୟ ପରେ ବୋଲିଂ ଲାଇନ୍ରେ ୩ ପରିବର୍ତ୍ତନ ସହ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ଓହ୍ଲାଇଥିଲା ଭାରତ। ମ୍ୟାଚ୍ର ପ୍ରାରମ୍ଭିକ ପର୍ଯ୍ୟାୟରେ ଭ୍ରମଣକାରୀ ଦଳକୁ ୩ ଉଇକେଟ ମିଳିଥିଲା। ଏହାସତ୍ତ୍ୱେ ଦକ୍ଷିଣ ଆଫ୍ରିକା ୨୮୮ ରନ୍ର ଟାର୍ଗେଟ ଛିଡ଼ା କରିଛି। କୁଇଣ୍ଟନ ଡି’ କକ୍ (୧୨୪ ରନ୍, ୧୨ ଚୌକା ଓ ୨ ଛକା)ଙ୍କ ଶତକ ଏବଂ ରାସି ଭାନ ଡର ଡୁସେନ (୫୨ ରନ୍, ୪ ଚୌକା ଓ ୧ ଛକା)ଙ୍କ ଅର୍ଦ୍ଧଶତକ ଘରୋଇ ଦଳକୁ ଭଲ ସ୍କୋରରେ ପହଞ୍ଚାଇଥିଲା।
ଭ୍ରମଣକାରୀ ଦଳ ପାଇଁ ପ୍ରସିଦ୍ଧ କ୍ରିଷ୍ଣା ୩ ଉଇକେଟ ନେଇଥିବା ବେଳେ ଦୀପକ ଚହର ଓ ଯଶପ୍ରୀତ ବୁମରା ୨ ଲେଖାଏ ଉଇକେଟ ନେଇଥିଲେ।