Posted inଜାତୀୟ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲା କେରଳ

ନୂଆଦିଲ୍ଲୀ,୨୪।୩: କେରଳ ବିଧାନସଭାରେ ଗୃହୀତ ୪ ବିଲ୍‌କୁ ମଞ୍ଜୁରୀ ନ ଦେଇ ପକାଇରଖିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଛନ୍ତି। କେରଳର ସିପିଆଇ(ଏମ୍‌) ନେତୃତ୍ୱାଧୀନ ଏଲ୍‌ଡିଏଫ୍‌ ସରକାର ଏହି ମାମଲାରେ କେନ୍ଦ୍ର ସରକାର, ରାଷ୍ଟ୍ରପତିଙ୍କ ସଚିବ, କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନ୍‌ ଏବଂ ତାଙ୍କ ଅତିରିକ୍ତ ସଚିବଙ୍କୁ ପକ୍ଷଭୁକ୍ତ କରିଛନ୍ତି। ଆଇନଜୀବୀ ସି.କେ. ଶଶୀଙ୍କ ଜରିଆରେ ଦାଖଲ ହୋଇଥିବା ପିଟିଶନରେ କୁହାଯାଇଛି, କେରଳ ରାଜ୍ୟପାଳ ଖାନ୍‌ ୭ଟି ବିଲ୍‌କୁ ଅଟକାଇ ରଖିଛନ୍ତି। ୭ ବିଲ୍‌ରୁ କୌଣସି ଗୋଟିଏ ବି କେନ୍ଦ୍ର-ରାଜ୍ୟ ସମ୍ପର୍କ ସହ ଜଡ଼ିତ ନୁହେଁ। ରାଜ୍ୟପାଳ ବିଲ୍‌ଗୁଡ଼ିକୁ ୨ ବର୍ଷ ହେଲା ଅଟକାଇ ରଖିଥିବାରୁ ରାଜ୍ୟ ବିଧାନସଭା କାର୍ଯ୍ୟଧାରାକୁ ବିକୃତ କରିଛି ଏବଂ ଏହାର ଉପସ୍ଥିତି ପ୍ରଭାବହୀନ ହୋଇପଡ଼ିଛି। ସେଥିପାଇଁ ରାଜ୍ୟପାଳଙ୍କୁ ବେଆଇନ ଘୋଷଣା କରାଯାଉ ବୋଲି କେରଳ ସରକାର ପିଟିଶନରେ ନିବେଦନ କରିଛନ୍ତି।

ବିଲ୍‌ଗୁଡ଼ିକ ଜନସ୍ବାର୍ଥ ସମ୍ବଳିତ, ଯାହା କାର୍ଯ୍ୟକାରୀ ହୋଇଥିଲେ ଲୋକଙ୍କ ମଙ୍ଗଳ ହୋଇଥାନ୍ତା। ତେବେ ରାଜ୍ୟପାଳ ସେଗୁଡ଼ିକୁ ଚାପିରଖି ଅପ୍ରଭାବୀ କରିଦେଇଛନ୍ତି। ଅନୁଚ୍ଛେଦ ୨୦୦ର ବ୍ୟବସ୍ଥା ଅନୁଯାୟୀ ଉକ୍ତ ବିଲ୍‌ଗୁଡ଼ିକ ଯଥାସମ୍ଭବ ଶୀଘ୍ର ମଞ୍ଜୁରୀ ପାଇବା ଆବଶ୍ୟକ। ୭ ବିଲ୍‌ ମଧ୍ୟରୁ ରାଷ୍ଟ୍ରପତିଙ୍କ ପାଖରେ ୪ଟି ବିଲ୍‌ ପଡ଼ିରହିଥିବା ଗତ ଫେବୃଆରୀ ୨୩ ଏବଂ ୨୯ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଜଣାଇଥିଲା। ସେହି ବିଲ୍‌ଗୁଡ଼ିକ ହେଲା, ବିଶ୍ୱବିଦ୍ୟାଳୟ ଆଇନ(ସଂଶୋଧନ)(୨ ନମ୍ବର) ବିଲ୍‌, ୨୦୨୧, କେରଳ କୋ-ଅପରେଟିଭ୍‌ ସୋସାଇଟିଜ୍‌ (ସଂଶୋଧନ) ବିଲ୍‌, ୨୦୨୨, ବିଶ୍‌ବିଦ୍ୟାଳୟ ଆଇନ (ସଂଶୋଧନ) ବିଲ୍‌, ୨୦୨୨ ଏବଂ ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧନ) (୩ ନମ୍ବର) ବିଲ୍‌, ୨୦୨୨। କୌଣସିି କାରଣ ନ ଦର୍ଶାଇ ବିଲ୍‌ଗୁଡ଼ିକୁ
ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ ନ କରିବାକୁ ଅସାମ୍ବିଧାନିକ ଘୋଷଣା କରାଯାଉ ବୋଲି ପିଟିଶନରେ ନିବେଦନ କରାଯାଇଛି। ତେବେ ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରିବା ବା ମଞ୍ଜୁରୀ ଦେବାକୁ ମନା କରିବା ପାଇଁ ରାଷ୍ଟ୍ରପତି କେତେ ସମୟ ନେବେ ଏବଂ ରାଷ୍ଟ୍ରପତିଙ୍କ ବିଚାର ନିମନ୍ତେ ପଠାଯିବାକୁ କେତେ ସମୟ ଲାଗିବ, ସେ ନେଇ ସମ୍ବିଧାନରେ କିଛି କୁହାଯାଇ ନାହିଁ। ସମ୍ବିଧାନର ଅନୁଚ୍ଛେଦ ୩୬୧ ଅନୁଯାୟୀ ରାଷ୍ଟ୍ରପତି କିମ୍ବା ରାଜ୍ୟର ରାଜ୍ୟପାଳ ସେମାନଙ୍କ କ୍ଷମତାର ପ୍ରଦର୍ଶନ ଏବଂ କର୍ତ୍ତବ୍ୟ ସମ୍ପାଦନ ନେଇ କୌଣସି ଅଦାଲତଙ୍କ ନିକଟରେ ଉତ୍ତରଦାୟୀ ନୁହନ୍ତି। ୨୦୧୭ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିରୋଧରେ ଅନିନ୍ଦିତା ନାମ୍ନୀ ମହିଳାଙ୍କ ସମେତ ଅନ୍ୟମାନେ ଜନସ୍ବାର୍ଥ ମାମଲା(ପିଆଇଏଲ୍‌) ଦାଏର କରିଥିଲେ। ରାଷ୍ଟ୍ରପତି ଉକ୍ତ ପଦବୀ ପାଇଁ ଯୋଗ୍ୟ ନୁହନ୍ତି ବୋଲି ଘୋଷଣା କରିବା ନିମନ୍ତେ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ତତ୍କାଳୀନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏବଂ ଆର୍‌. ଭାନୁମତୀ ପିଟିଶନରମାନଙ୍କୁ ଭର୍ତ୍ସନା କରିବା ସହ ରାଷ୍ଟ୍ରପତିଙ୍କୁ କୌଣସି ମାମଲାରେ ପକ୍ଷଭୁକ୍ତ କରାଯାଇପାରିବ ନାହିଁ ବୋଲି ତାଙ୍କ ରାୟରେ ସ୍ପଷ୍ଟ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧା ହେଲେ ରାଣିମୁଣ୍ଡା ସରପଞ୍ଚ, ପୂର୍ବତନ ପିଇଓ

ନୂଆପଡା,୫/୪ (ମକାରୁ ବେମାଲ): ନୂଆପଡା ଜ଼ିଲା ଖରିଆର ବ୍ଲକ ରାଣିମୁଣ୍ଡା ପଞ୍ଚାୟତ ସରପଞ୍ଚ ଓ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶୁକ୍ରବାର ରାତିରେ ଭିଜିଲାନ୍ସ ହାତରେ...

ଓଡିଆ ପକ୍ଷ ପାଳନ କାର୍ଯ୍ୟକ୍ରମକୁ ଆସିଲେନି ଅଧିକାରୀ: ବ୍ଲକ କର୍ମଚାରୀଙ୍କୁ ନେଇ ଐତିହ୍ୟ ଗଣଦୌଡ଼

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଓଡ଼ିଶା ପାଳୁଛି ଓଡ଼ିଆ ପକ୍ଷ। ଏଥିପାଇଁ ପଲ୍ଲୀଠାରୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ଏହି ପକ୍ଷକୁ ବଡ଼ ଧୁମଧାମ୍‌ରେ ପାଳନ କରାଯାଉଛି। ଓଡ଼ିଆ...

US strikes on Houthi: ମାତ୍ର ୨୫ ସେକେଣ୍ଡରେ ହୁତିଙ୍କୁ ଧ୍ବଂସ କରିଦେଲା ଆମେରିକା! ଭିଡ଼ିଓ ଶେୟାର କଲେ ଟ୍ରମ୍ପ

ଓ୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଭିଡିଓ ଶେୟାର କରିଛନ୍ତି। ଏଥିରେ ୟେମେନରେ ହୁତି ବିଦ୍ରୋହୀଙ୍କ ଉପରେ ଆମେରିକାର ବିମାନ ଆକ୍ରମଣ ଦର୍ଶାଯାଇଛି। ଏହି...

ବିଦେଶ ମାଟିରେ ଓଡ଼ିଆ ଖାଦ୍ୟର ଆଦର ବଢୁଛି

ଭୁବନେଶ୍ୱର,୫।୪ (ସୌମ୍ୟରଞ୍ଜନ ରାଉତ): ଓଡ଼ିଆ ଖାଦ୍ୟର ଆଦର ବିଦେଶ ମାଟିରେ ବଢ଼ିବାରେ ଲାଗିଛି। କଳାହାଣ୍ଡି କଲମ୍‌ପୁରର କଦଳୀ, ଢେଙ୍କାନାଳର ଆମ୍ବ ଓ ପନିପରିବା ସହ ଉପକୂଳ...

କଇଁଛ ପିଠିରେ ରାସାୟନିକ ରଙ୍ଗରେ ଶ୍ରୀଜଗନ୍ନାଥ

ଭୁବନେଶ୍ୱର,୫।୪ (ବନ୍ଦନା ସେଠୀ)ସୋସିଆଲ୍‌ ମିଡିଆରେ ଚର୍ଚ୍ଚାକୁ ଆସିବା ସହିତ ଭିୟୁର୍ସ ବଢାଇବା ପାଇଁ ବ୍ଲଗରମାନେ କିଛି ବି କରିବାକୁ ପଛାଉ ନାହାନ୍ତି। ଏପରିକି ନିରୀହ ବନ୍ୟପ୍ରାଣୀଙ୍କୁ...

ଏଇ ଭାରତରେ

ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣର ସଫଳତା କଥା ଯେତିକି ଜୋର କୁହାଯାଉଛି ତାହାର ବାସ୍ତବତା ସେତିକି ନୁହେଁ। ଦେଶରେ ଏମିତି ଅଞ୍ଚଳ ରହିଛି ଯେଉଁଠି ଏବେ...

ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ବିଧାୟକ

ଥୁଆମୂଳ ରାମପୁର,୫ା୪ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହଠାରେ ଶୁକ୍ରବାର ଲାଞ୍ଜିଗଡ ନିର୍ବାଚନ ମଣ୍ତଳୀ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ...

ପେଟ୍ରୋଲ ଟାଙ୍କିର ମନିବ୍ୟାଗ

ମନିବ୍ୟାଗ ହେଉଛି ଅର୍ଥ ରଖିବାର ମୁଣା। ମନି ବ୍ୟାଗ୍‌ର ରଙ୍ଗ, ଦିଗ, ସାଙ୍କେତିକ ଚିହ୍ନ, ସ୍ବଚ୍ଛତା ଆଦିକୁ ବାସ୍ତୁବିଦ୍ୟାରେ ବର୍ଣ୍ଣନା କରାଯାଇଛି। ବିଶେଷ କରି ବ୍ୟବସ୍ଥିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image