Posted inଖେଳ

ଭାରତ-କୁଏଟ୍‌ ଟକ୍କର

ବେଙ୍ଗାଲୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ମଙ୍ଗଳବାର ଚଳିତ ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ର ଫାଇନାଲ ଭାରତ ଓ କୁଏଟ୍‌ ମଧ୍ୟରେ ଅନୁଷ୍ଠିତ ହେବ। ଦୁଇଟି ଯାକ ଦଳ ଫର୍ମରେ ଥିବାରୁ ମୁକାବିଲା ସଂଘର୍ଷପୂର୍ଣ୍ଣ ହେବା ଆଶା ରହିଛି। ଭାରତ ଟୁର୍ନାମେଣ୍ଟର ସବୁଠାରୁ ସଫଳ ଦଳଭାବେ ୮ ଥର ଚାମ୍ପିୟନ ଓ ୪ ଥର ରନରଅପ୍‌ ହୋଇଛି। ୨୦୨୧ରେ ଅନୁଷ୍ଠିତ ପୂର୍ବ ସଂସ୍କରଣରେ ମଧ୍ୟ ଭାରତ ଟାଇଟଲ ହାସଲ କରିଥିଲା। ଅର୍ଥାତ୍‌ ଡିଫେଣ୍ଡିଂ ଚାମ୍ପିୟନଭାବେ ଭାରତ ଏହି ଟୁର୍ନାମେଣ୍ଟ ଖେଳୁଛି। ମାତ୍ର ଦଳ ପାଇଁ ଲକ୍ଷ୍ୟ ସହଜ ହେବନାହିଁ। କାରଣ କୁଏଟ୍‌ ଏକ ଶକ୍ତିଶାଳୀ ଦଳ। ଏହା ବିପକ୍ଷରେ ଭାରତର ରେକର୍ଡ ମଧ୍ୟ ଭଲ ନାହିଁ। ତେଣୁ ଆଗାମୀ ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଫୁଟବଲପ୍ରେମୀ ଆଶା ରଖିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ପ୍ରତିଯୋଗିତାକୁ ଅଧିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ କରିବାପାଇଁ କୁଏଟ୍‌ ଓ ଲେବାନନ୍‌କୁ ଆମନ୍ତ୍ରଣୀୟ ଦଳଭାବେ ଏଥର ସୁଯୋଗ ମିଳିଛି।
ଫାଇନାଲ ପଥରେ ଭାରତ-କୁଏଟ୍‌
ଚଳିତ ସଂସ୍କରଣରେ ୨ଟି ଯାକ ଦଳ ଭାରତ ଓ କୁଏଟ୍‌ ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଥିଲେ। ପାକିସ୍ତାନକୁ ୪-୦ରେ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ପରବର୍ତ୍ତୀ ମ୍ୟାଚରେ ନେପାଳକୁ ୨-୦ ଗୋଲରେ ପରାସ୍ତ କରିଥିଲା। କୁଏଟ୍‌ ସହିତ ଅନ୍ତିମ ମୁକାବିଲା କିନ୍ତୁ ୧-୧ ଗୋଲରେ ଡ୍ର ରହିଥିଲା। ଅଧିନାୟକ ସୁନୀଲ ଛେତ୍ରୀଙ୍କ ପ୍ରଥମାର୍ଦ୍ଧ ଇଞ୍ଜୁରି ଟାଇମ୍‌ ଗୋଲ ବଳରେ ଭାରତ ଅଗ୍ରଣୀ ହାସଲ କରିଥିଲେ ହେଁ ଦ୍ୱିତୀୟାର୍ଦ୍ଧ ଇଞ୍ଜୁରି ଟାଇମ୍‌ରେ ଅନଓ୍ବର ଅଲୀଙ୍କ ଆତ୍ମଘାତୀ ଗୋଲ ଯୋଗୁ ଭାରତ ପଏଣ୍ଟ ଭାଗ କରିବାକୁ ବାଧ୍ୟ ହୋଇଥିଲା। ସେହିପରି ଭାରତ ବିପକ୍ଷ ଶେଷ ମ୍ୟାଚକୁ ଡ୍ର ରଖିବା ପୂର୍ବରୁ କୁଏଟ୍‌ ନିଜର ପ୍ରଥମ ଗ୍ରୁପ୍‌ ମ୍ୟାଚରେ ନେପାଳକୁ ୩-୧ ଓ ଦ୍ୱିତୀୟ ମ୍ୟାଚରେ ପାକିସ୍ତାନକୁ ୪-୦ ଗୋଲରେ ପରାସ୍ତ କରିଥିଲା। ସେମିଫାଇନାଲରେ ଭାରତ ପେନାଲ୍ଟି ଶୁଟ୍‌ ଆଉଟ ୪-୨ ଗୋଲରେ ଲେବାନନକୁ ହରାଇଥିଲା ଏବଂ କୁଏଟ୍‌ ଅତିରିକ୍ତ ସମୟ (ନିର୍ଦ୍ଧାରିତ ସମୟ ଗୋଲଶୂନ୍ୟ)ରେ ଗୋଟିଏ ଗୋଲ ଦେଇ ବାଂଲାଦେଶକୁ ୧-୦ରେ ପରାସ୍ତ କରିଥିଲା।
ମହେଶ ଗାଓ୍ବଲିଙ୍କୁ ଗୁରୁଦାୟିତ୍ୱ
ଭାରତୀୟ ଦଳର ମୁଖ୍ୟ କୋଚ୍‌ ଇଗର ଷ୍ଟିମାକ୍‌ ୨ଟି ମ୍ୟାଚରୁ ବାସନ୍ଦ ହୋଇଛନ୍ତି। ତେଣୁ ସେମିଫାଇନାଲ ପରି ଫାଇନାଲରେ ମଧ୍ୟ ସହକାରୀ କୋଚ୍‌ ମହେଶ ଗାଓ୍ବଲିଙ୍କ ଉପରେ ଗୁରୁଦାୟିତ୍ୱ ରହିବ। ”ଗତ କୁଏଟ୍‌ ଓ ଲେବାନନ୍‌ ବିପକ୍ଷ ମ୍ୟାଚ ଉତ୍ତେଜନାପୂର୍ଣ୍ଣ ରହିଥିଲା। ତେଣୁ ଫାଇନାଲରେ ଧୈର୍ଯ୍ୟର ସହ ଥଣ୍ଡା ମନରେ ଖେଳିବାକୁ ମୁଁ ଖେଳାଳିଙ୍କୁ ପରାମର୍ଶ ଦେଇଛି। ଏହା ଭିନ୍ନ ଧରଣର ଗେମ୍‌ ହୋଇଥିଲେ ହେଁ ଆମେ ଭଲ ପ୍ରଦର୍ଶନ ବଜାୟ ରଖିବାନେଇ ଆଶାବାଦୀ ଅଛୁ“ ବୋଲି ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ ଗାଓ୍ବାଲି ପ୍ରକାଶ କରିଛନ୍ତି। ତେବେ କୁଏଟ୍‌ କଡ଼ା ଟକ୍କର ଦେବ ବୋଲି ମଧ୍ୟ ସତର୍କ କରାଇ ଦେଇଛନ୍ତି। ଜଣେ ଖେଳାଳିଭାବେ ଗାଓ୍ବାଲି ୨୦୦୫ କରାଚୀ ଓ ୨୦୧୧ ନୂଆଦିଲ୍ଲୀରେ ଟ୍ରଫି ଜିତି ସାରିଛନ୍ତି। ମାତ୍ର କୋଚ୍‌ଭାବେ ପ୍ରଥମଥର ପାଇଁ ତାଙ୍କ ନିକଟରେ ଟ୍ରଫି ହାସଲର ସୁଯୋଗ ଆସିଛି। ସସ୍‌ପେଣ୍ଡ ଯୋଗୁ ସେମିଫାଇନାଲ ଖେଳିପାରି ନ ଥିବା ସେଣ୍ଟ୍ରାଲ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନ ଆଗାମୀ ମ୍ୟାଚରେ ଖେଳିବେ। କ୍ୟାରିୟରରେ ପ୍ରଥମଥର ପାଇଁ ସାଫ୍‌ ଟାଇଟଲ ଜିତିବାକୁ ସେ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି ବୋଲ ପ୍ରକାଶ କରିଛନ୍ତି।
କୁଏଟ୍‌ ପାଇଁ ବଡ଼ ସୁଯୋଗ
ଲିଗ୍‌ ମ୍ୟାଚ ଅପେକ୍ଷା ଫାଇନାଲରେ ଭିନ୍ନ ଧରଣର ଗେମ୍‌ ହୋଇଥାଏ ବୋଲି କୁଏଟ୍‌ ମୁଖ୍ୟ କୋଚ୍‌ ରୁଇ ବେଣ୍ଟୋ ମଧ୍ୟ ସ୍ବୀକାର କରିଛନ୍ତି। ”ପାଇନାଲରେ ପହଞ୍ଚତ୍ବା ପାଇଁ ଆମେ କଠିନ ପରିଶ୍ରମ କରିଛୁ। ଖେଳ ଉପରେ ଫୋକସ ରଖିବା ସହ ଉତ୍ତମ ପ୍ରଦର୍ଶନ କରିବାକୁ ଖେଳାଳିଙ୍କୁ ପରାମର୍ଶ ଦିଆଯାଇଛି। ଖେଳକୁ ଉପଭୋଗ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ“ ବୋଲି ବେଣ୍ଟୋ କହିଛନ୍ତି। ପର୍ତ୍ତୁଗାଲର ବେଣ୍ଟୋ ଗତବର୍ଷ କୁଏଟ୍‌ ଜାତୀୟ ଦଳର କୋଚ୍‌ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶେଷଥର ପାଇଁ ୨୦୧୦ରେ କୁଏଟ୍‌ ଆରବିୟାନ ଗଲ୍ଫ କପ୍‌ ଜିତିଥିଲା। ସେତେବେଳେ ଏହି ଦଳ ଫାଇନାଲରେ ସାଉଦି ଆରବକୁ ପରାସ୍ତ କରିଥିଲା। ଦୀର୍ଘ ବ୍ୟବଧାନରେ ଏହି ଦଳ ଲାଗି ଏକ ଟ୍ରଫି ଜିତିବାର ସୁଯୋଗ ଆସିଛି। ଗତ ୨୧ ଦିନ ମଧ୍ୟରେ କୁଏଟ୍‌ ୭ଟି ମ୍ୟାଚ ଖେଳି ସାରିଛି। କମ୍‌ ଦିନ ମଧ୍ୟରେ ଏତେଗୁଡ଼ାଏ ମ୍ୟାଚ ଖେଳିଥିଲେ ହେଁ ଫାଇନାଲରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି କୋଚ୍‌ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri