Advertisement

‘ମୋହନ ଭାଗବତ କାହିଁକି କୁମ୍ଭ ଗଲେ ନାହିଁ ଆଗ ପଚାର’

ନୂଆଦିଲ୍ଲୀ,୨।୩: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭର ଉଦ୍‌ଯାପନ ଫେବୃଆରୀ ୨୬ରୁ ହୋଇସାରିଛି। ହେଲେ ଏହାକୁ ନେଇ ଏବେ ବି ରାଜନୈତିକ ବୟାନବାଜି ଜାରି ରହିଛି। କିଛି ଦିନ ତଳେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ମହାକୁମ୍ଭ ନ ଯିବାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏବେ ସଞ୍ଜୟ ରାଉତ ତାଙ୍କୁ କାଉଣ୍ଟର କରିଛନ୍ତି।

ଏକନାଥ ଶିନ୍ଦେଙ୍କୁ ହିନ୍ଦୁତ୍ୱ ବିଷୟରେ ଟ୍ରେନିଂ ଦେବାର ଆବଶ୍ୟକତା ରହିଛି। ଆର୍‌ଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗବତ କୁମ୍ଭ ମେଳାକୁ ଯାଇନାହାନ୍ତି। ଦେବେନ୍ଦ୍ର ଫଡ଼ନଭିସ ଯାଇଥିଲେ, ତେବେ ତାଙ୍କର କେତେ ଜଣ ମନ୍ତ୍ରୀ ସେଠାକୁ ଯାଇଥିଲେ। ମୋହନ ଭାଗବତ କାହିଁକି ଗଲେ ନାହିଁ, ତାଙ୍କୁ ପ୍ରଥମେ ସେହି ପ୍ରଶ୍ନର ଜବାବ ଦେବା ଉଚିତ। ଏହାପରେ ଉଦ୍ଧବ ଠାକ୍‌ରେ ସେଠାକୁ କାହିଁକି ଗଲେ ନାହିଁ ବୋଲି ପଚାରିବ ବୋଲି ସେ କହିଛନ୍ତି।

ରାଉତ କହିଛନ୍ତି ଯେ, ଶିନ୍ଦେ ଏହି ପ୍ରଶ୍ନ RSS ମୁଖ୍ୟ ମୋହନ ଭାଗବତଙ୍କୁ ପଚାରିବା ଉଚିତ। ଯଦି ଭାଗବତ ଜଣେ ହିନ୍ଦୁ ଭାବେ କୁମ୍ଭରେ ବୁଡ଼ ପକାଇବାକୁ ଯାଇନାହାନ୍ତି, ତେବେ ଉଦ୍ଧବଙ୍କୁ ଟାର୍ଗେଟ କାହିଁକି କରାଯାଉଛି। କେବଳ ଏତିକି ନୁହେଁ ଆର୍‌ଏସ୍‌ଏସ୍‌ ସଂସ୍ଥାପକ ଡା. କେବି ହେଡଗଓ୍ବୋର, ବାଲାସାହେବ ଦେବରସ, ରଜ୍ଜୁ ଭୈୟା ଏବଂ କେ ସୁଦର୍ଶନଙ୍କ ଭଳି ସଂଘ ପ୍ରମୁଖ କୁମ୍ଭରେ ଭାଗ ନେବାର ଫଟୋ ଦେଖିନାହାନ୍ତି ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: National